STORYMIRROR

Sasmita Mohapatra

Fantasy

4  

Sasmita Mohapatra

Fantasy

ହଜିଯାଇଛି ସେ ଦିନ

ହଜିଯାଇଛି ସେ ଦିନ

1 min
491

ମୁଁ ଖୋଜୁଛି ସେ ଶୈଶବ

ଉଷୁମ କୋଳ,ଅଫେରା ବେଳକୁ

ଅଜସ୍ର ସ୍ନେହ,ଅସରନ୍ତି ଆକଟକୁ

ସେ ନିଷ୍ପ୍ରାପ୍ୟ ହୃଦୟ

ର୍ନିଲୋଭୀ ଜୀବନକୁ

କୁନି କୁନି ହାତ ଦୁଇଟିର

ଦୁଷ୍ଟାମୀର ଚଞ୍ଚଳତାକୁ

ଟିକିଏ ମିଳିଗଲେ

ଖୁସିରେ ନାଚିଉଠେ,

ମାଟି କଣ୍ଢେଇଟି ଭାଙ୍ଗିଗଲେ

ମନ ମାରି ଋଷି ବସେ,

ମିଛ ହାଣ୍ଡି କଡେଇରେ

ଛଅ ତରକାରୀ, ନଅଭଜା

ସମସ୍ୟା ବିହୀନ ଜୀବନ

ଜୀଇଁବାର ନିଆରା ମଜା,

ନା ଥାଏ ଲମ୍ବାଧାଡି

ରେଷନ ଦୋକାନ ଆଗରେ

ନା ଥାଏ ଘଣ୍ଟା ଘଣ୍ଟା ଅପେକ୍ଷା

ପାସେଞ୍ଜର ଟ୍ରେନ ପାଖରେ,

ଖାଲି ବ୍ୟାଗ୍ ଭିତରେ

ଗୁଡିଏ ସଂସାରର ବୋଝ

ପୁରାଇ ପୁରାଇ ନା ଛିଣ୍ଡିଥାଏ

ହବାଇ ଚପଲ,

ସାଇକେଲ ଚକ ସେଠି ନଥିଲା

ସେଠି ନଥିଲା

ବାଘ, ମିରିଗର ଭୋକ

ଜଣେ ଖାଦ୍ୟ ଆଉଜଣେ ଖାଦକ

ଜଣେ ଗୋଡାଉଛି

ଆଉଜଣେ ବଞ୍ଚିବାର

କୌଶଳ କରୁଛି,

କାହିଁ ଗଲା ସେ ଶୈଶବ

ଅତୀତ ବହିର ପୃଷ୍ଠାରେ

ଆବଦ୍ଧ ସେ ସମୟର ସାଥେ

କେତେବେଳେ ଭଣ୍ଡାଉଛି

କେତେବେଳେ ହସାଉଛି

ଆଖିମିଟିକା ମାରି

ହଜିଲା ଦିନର ସ୍ବାଦ ଚଖାଉଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy