STORYMIRROR

Sasmita Mohapatra

Abstract Others

4  

Sasmita Mohapatra

Abstract Others

ସଫଳତା

ସଫଳତା

1 min
308


ତପ୍ତ ବୈଶାଖ ମାଟି,ବାଲି,ଗୋଡି

ତାତିଛି ଖରାରେ ଯେବେ

ଧାରା ଶ୍ରାବଣ ବି ଅଜାଡି ଦେଇଛି

ଆକାଶ, ମେଘର ବେଗେ

ନେଇ ଦୁଇଗୁଣ ଦିଏ

ପଚାରିଲେ କୁହେ "ସଫଳ"ଏ ପ୍ରାଣ

ଦେବାରେ ଆନନ୍ଦ ପାଏ।।


ଲଘିଂ ଆସିଥାଏ ନୀଳ ପାରାବାର

ଫେରିଯାଏ କୂଳ ଛୁଇଁ

ଆସିଥାଏ ସିନା ବାରମ୍ବାର ଖାଲି

ରିକ୍ତ ହସ୍ତେ ସେ ଲୋଟଇ,

ଦେଇଛି ଅପାର ଧନ

ଦେଇଦେଲେ ସେ ତ ଫେରାଇ ଦେଇଛି

କହେ "ସଫଳ" ଜୀବନ ।।


ଭୂମି ,ହାଣ ତାଡ,ଖୋଳ,ଅବା ମାର

ଅଳିଆର କର ଢେର

କେମିତି କେଜାଣି ମଇଳା ଭିତରୁ

ଟେକେ ମଞ୍ଜି ମଥା ତା'ର

ଫୁଟେ ବି କଢିରୁ ଫୁଲ

ସେହି ସମୟରେ ଗଛଟି କୁହଇ

 ମାତୃତ୍ବ ତା'ର। "ସଫଳ" ।।


ନଈ ବହିଯାଏ ଅମଡା ବାଟରେ

 ତୁମ ଗାଁ ସହର ଦେଇ

କିଏ କେତେ ତା'ର ଜଳ ନେଇଅଛି

ହିସାବ ତ ରଖିନାହିଁ

ନିଜେ କେବେ ଶୁଖିଗଲେ

ପୁଣି ପୂର୍ଣ୍ଣଗର୍ଭା ଋତୁଚକ୍ର ଦେଖି

ଦେଇଚାଲେ ଆନନ୍ଦରେ ।।


"ସଫଳତା"ସିନା ପ୍ରକୃତି ପାଖରେ

ମଣିଷ କି ଜାଣେ ମୂଲ

ଆପଣା ଖୁସିରେ କହେ ଖାଲି ବସି

"ସଫଳ"ଜୀବନ ମୋର

 ପ୍ରକୃତ ଅର୍ଥ ନ ଜାଣି

ମିଛରେ କଥାରେ ଖୁସି ହେଉଅଛି

ବଧାଇ ଟେ ନିଏ କିଣି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract