STORYMIRROR

Sasmita Mohapatra

Abstract Others

4  

Sasmita Mohapatra

Abstract Others

ଜହ୍ନ କଳଙ୍କ

ଜହ୍ନ କଳଙ୍କ

1 min
218


କିଏ ଆଙ୍କେ କବିତାରେ

ତୋଳେ କିଏ ପ୍ରେମିକା ଗଭାରେ

କାହାର କଳ୍ପନାରେ ତୁମେ

କାହାର ଅସୀମ ସୌନ୍ଦର୍ଯ୍ୟରେ

ତୁମେ କ'ଣ କଳାଦାଗ ନେଇ

କଳଙ୍କିତ ସୌରମଣ୍ଡଳରେ

ମୁଁ କିନ୍ତୁ ଜାଣେ,

ତମ ଗୁପ୍ତଲୀଳା

ପ୍ରେମ ମାମଲାରେ।

ତୁମେ ପରା ଲମ୍ପଟ ପ୍ରେମିକ,

ପାପୀ ତୁମେ

ଗୁରୁପତ୍ନୀ ହରଣରେ।

ସେଥିପାଇଁ ଲାଗିଅଛି

ତୁମର ସେ ଶରୀରରେ

ମର୍ଯ୍ୟାଦା କଳଙ୍କ,

"ତାରା"ସଙ୍ଗେ ପ୍ରୀତି ତୁମ 

କାହାକୁ ଅଜଣା ?

ନୀରବେ ଚେହେରାର ଆକର୍ଷଣେ,

ଲୁଚାଇଛ ,ମନର ଭାବନା।

ସେଥିପାଇଁ ରାତିଯାକ

ପହଁରା ଦେଉଛ,

କାନପାତି ଶୁଣୁଅଛ

କିଏ କାଳେ ଦେଉଥିବ

ଗାଳି ଓ ଭତ୍ସନା,

ପୁଣି କାଇଁ ବୁଲୁଥାଅ

ଆଉ କେଉଁ ନାୟିକାର

ପଣତେ ଲୁଚାଇ ମୁହଁ

ହେବ ନିର୍ଯାତନା।।

ଗୁରଦେବ ଅସନ୍ତୁଷ୍ଟେ

ପକ୍ଷେ ବଢି

ପକ୍ଷେ ଛିଡି

ଲଭିଅଛ ତାଙ୍କ ଅଭିଶାପ।

କିଏ କହେ କଳାଦାଗ ଦେଖି

ତୁମ ଖାଲ,ଢିପ 

ମୁଁ କିନ୍ତୁ ଦୋଷ ତୁମ ଜାଣେ

ଗୁରୁ ଅଭିଶାପେ,ଘେନିଛ କଳଙ୍କ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract