STORYMIRROR

Krushnapriya Mohapatra

Abstract Inspirational Others

3  

Krushnapriya Mohapatra

Abstract Inspirational Others

ପ୍ରିୟତମ

ପ୍ରିୟତମ

1 min
209

ଏତେ ଭଲ ପାଏ ତତେ କାହିଁକି?

ତୋର ମୋର ସମ୍ପର୍କ କଣ.....

ପୁର୍ବ ଜନ୍ମର ,ନା ଜନ୍ମ ଜନ୍ମର!!

ତୋ ପାଇଁ ମାଡ଼ ନ ଖାଇଲେ ବି

ଗାଳି ତ ନିଶ୍ଚିତ ଖାଇଛି

ରାତିରାତି ଅନିଦ୍ରା ରହି

ତୋର ସାର୍ନ୍ନିଧ୍ୟରେ ବିଭୋର ହୋଇଛି


ଏତେ ଟିକେ ସମୟ ପାଇଲେ

ମୁଁ ଖୋଜି ବୁଲୁଥାଏ ତୋତେ

ତୋର ପ୍ରତ୍ୟେକ ରୂପରେ ମୁଁ ବିମୋହିତ ହୁଏ।

ତୋର ମୋର ସମ୍ପର୍କ ମଝିରେ

କେତେ କେତେ ବାଧା ଆସି ଲେଣି ଗଲେଣି

ତୋତେ ଦୂରେଇ ଦେଇ ମୁଁ

ଦୁଃଖ ରେ ଭାଙ୍ଗି ପଡ଼ିଲେ

ମୋତେ ସଂନ୍ତର୍ପଣରେ ବୁଝେଇଦଉ

ବ୍ୟସ୍ତ ନ ହୋଇ ସମୟକୁ ଅପେକ୍ଷା କରିବାକୁ

ଆସିବ..... ତୋର ମୋର ଏକାଠି 

ହେବାର ସମୟ ନିଶ୍ଚୟ ଆସିବ

ତୋ ପ୍ରତୀକ୍ଷା ରେ ଦିନ ପରେ ଦିନ

କାଟି ଦେଇଥିବା ମନ ଭିତରେ ଅବଶୋଷ

ରହିଯାଏ।

ଆଃ କେବେ ଆସିବ ସେ ସମୟ...

ଆସିଛି ଏବେ ମୋତେ ଟିକେ ତୋ ସହିତ ଜଡ଼ିତ

ହେବାର ସୁଯୋଗ ମିଳିଛି।

ଆସ ଏକାଠି ବସି ନିରୋଳାରେ ଟିକେ

ସମୟ କାଟିବା, ତୋ ଭିତରେ

ନିଜକୁ ହଜେଇ ଦେବାକୁ ଚାହେଁ

ତୋ ସ୍ବପ୍ନ ରେ ମୁଁ ଆଉ ମୋ ସ୍ବପ୍ନରେ ତୁ

ବାସ  ଆଉ କିଛି ଦରକାର ନାହିଁ

ଏଇ ଜୀବନରେ ହେ ମୋର ପ୍ରିୟ

ପୁସ୍ତକ ,ମୁଁ ଜନ୍ମ ଜନ୍ମରେ କେବଳ ତୋର

କେବଳ ତୋର........।

ହେ ମୋର ପ୍ରିୟତମ ପୁସ୍ତକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract