ରଜ ଦୋଳି ଗୀତ
ରଜ ଦୋଳି ଗୀତ


ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ, ହେବା ଆସ ସଜବାଜ l
ଗ୍ରୀଷ୍ମ ଆସେ ସରି ସରି, ରଜ ଅଟେ ଗଣ ପର୍ବ ଆମରି
ପର୍ବ ଆମରି ଲୋ, କେ ଦେଶେ ନାହିଁ ଏପରି l
ମା ଆମ ମାତୃଭୂମି, ରଜସ୍ୱଳା ହୁଏ ଧରଣୀ ରାଣୀ
ଧରଣୀ ରାଣୀ ଲୋ, ଶସ୍ୟ ଉପୁଜାଏ ପୁଣି l
ମଉସୁମୀ ଆଗମନେ , ଆକାଶୁ ବରଷା ଅସରା ଝରେ
ଅସରା ଝରେ ଲୋ, ଧରା ସବୁଜିମା ଭରେ l
କୂଅରେ ପଡିଲା ଗରା, ସବୁଜ ସୁନ୍ଦର ଆମରି ଧରା
ଆମରି ଧରା ଲୋ, ମାତୃଭୂମି ମାଆ ପରା l
ବାଉଁଶ ପତର ସରୁ, ବଣକୁ ସୁନ୍ଦର ଗହଳ ତରୁ
ଗହଳ ତରୁ ଲୋ, ଶୋଭା ଦିଶୁଥାଏ ଦୂରୁ l
ପାଚିଲା ବେଲର ବାସ, ଗଛ ଲଗାଇବା ସଭିଏଁ ଆସ l
ସଭିଏଁ ଆସ ଲୋ, ସୁସ
୍ଥ ହେଉ ପରିବେଶ l
ଦୋଳି ହୁଏ କଟ ମଟ, ନିଜ ସ୍ୱାର୍ଥ ପାଇଁ ଗଛ ନ କାଟ l
ଗଛ ନ କାଟ ଲୋ, ଅମ୍ଳଜାନ ହେବ ଶେଷ l
ନଈରେ ଖେଳୁଛି ମୀନ, ବେଳୁ ବେଳ ଖରା ହେଉଛି ଟାଣ
ହେଉଛି ଟାଣ ଲୋ, ଜଳ ବିନା ଯିବ ପ୍ରାଣ l
ଗାଈ ଦେଲା ହମ୍ବା ରଡି,ଗଛ ଲଗାଇବା ଧାଡି କୁ ଧାଡି
ଧାଡିକୁ ଧାଡି ଲୋ, ଅମ୍ଳଜାନ ଯିବ ବଢ଼ି l
ଗଛରୁ ଝଡିଲା ବେଲ, ପରିବେଶ ସଙ୍ଗେ ଜମା ନ ଖେଳ
ଜମା ନ ଖେଳ ଲୋ, ଭଲ ରୁ ହୋଇବ ଭେଲ l
ଆମ ବେଳ ସରିଯିବ, ପରବର୍ତ୍ତୀ ପିଢୀ କଷ୍ଟ ପାଇବ,
କଷ୍ଟ ପାଇବ ଲୋ, ବାୟୁ , ଜଳ ନ ମିଳିବ l