STORYMIRROR

Krushnapriya Mohapatra

Classics

4  

Krushnapriya Mohapatra

Classics

ମା ଗୋ ଅମ୍ବିକା

ମା ଗୋ ଅମ୍ବିକା

1 min
338

      


ମଣ୍ଡି ନାନା ପୁଷ୍ପେ ମେଦିନୀ

ଦିଶେ ମଞ୍ଜୁଳ ଅତି, 

ମାତାଙ୍କ ସ୍ୱାଗତ ନିମନ୍ତେ 

କାଶତଣ୍ଡି ରୋଷଣୀ।

ମହାଶୂନ୍ୟ ଦିଶେ ସ୍ୱଚ୍ଛଳ,

ମାତା ଆଗମେ ସଜ୍ଜି।

ମେଘ ତେଜିଯାନ୍ତି ସଭୟେ,

ମେଘଦ୍ୱାର ବରଜି ।

ମତ୍ତଗଜ ପ୍ରାୟ ବାରିଦ 

କରୁଥିଲା ଶବଦ,

ମନ୍ଦାର ମଣ୍ଡିନୀ ସ୍ୱାଗତେ

ଏବେ ହୁଏ ତତ୍ପର।

ମନ୍ଦ ମନ୍ଦ ବହି ମରୁତ 

କରେ ମଙ୍ଗଳ ଧ୍ୱନି,

ମାର୍ଗେ ମାର୍ଗେ ସଜ କଲେଣି,

ପୂର୍ଣ୍ଣକୁମ୍ଭ କାମିନୀ।

ମହ ମହ ବାସେ ଅଗୁର

ଝୁଣା, ଧୂପର ବାସ,

ମୃଦ୍ୟୁ ମନ୍ଦ ଶୁଭେ ନୂପୁର

ମାତା ଚରଣ ସ୍ପର୍ଶ।

ମଙ୍ଗଳଦ୍ରବ୍ୟକୁ ଏକତ୍ର-

କରି ମାତା ଧରିତ୍ରୀ,

ମଣ୍ଡପ ମଣ୍ଡଣୀ କରନ୍ତି

ନଭେ ତାରକାପଂକ୍ତି।

ମଧୁର ଶବଦେ କୁଜନ୍ତି

ଯେତେ ପକ୍ଷୀ ସକଳ,

ମଙ୍ଗଳଧ୍ୱନି ଯେ ଶୁଭଇ, 

ଦିଗେ ଦିଗେ ଚହଳ।

ମୃଣ୍ମୟୀ ମୂର୍ତ୍ତିରେ ବିରାଜି,

ହେଉ ମାନବେ ସାହା,

ମହିଷାମର୍ଦ୍ଧିନୀ ଆସ ଗୋ

ଆସ ହେ ମହାମାୟା।

ମର୍ତ୍ତ୍ୟର ମାନବେ ରକ୍ଷା ତୁ,

କର ମମତାମୟୀ

ମହା ସମାରୋହେ ପୂଜନ୍ତି,

ମାତା ତୋ ଗୁଣ ଗାଇ।

ମାନବ ସାମାଜ ମଧ୍ୟରେ,

ନାରୀ ହୁଏ ଲୁଣ୍ଠିତା

ମହିଷାକୁ ନାଶକର ମା,

ପୁନଃ ଆଗୋ ଅମ୍ବିକା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics