ଶକ୍ତି ସ୍ୱରୂପା ମା ଦୁର୍ଗା
ଶକ୍ତି ସ୍ୱରୂପା ମା ଦୁର୍ଗା
ଜଗତ ଜନନୀ ତୁହି ମାତା ଶକ୍ତି ସ୍ୱରୂପା ଗୋ
ଆଶ୍ୱିନ ମାସ ରେ ତୁହି ପୂଜା ପାଉ ମାଲୋ ।
ଆଦି ମାତା ମହା ମ।ୟୀ ତୋର ଆଗାମନେ
ଭରି ଉଠେ ଧରା ନବ ଉତ୍ସବ ପ୍ଲାବନେ ।
ସ୍ୱର୍ଣ୍ଣ ବର୍ଣ୍ଣ ଶସ୍ୟ ରାଶି ହସଇ କେଦାରେ
ଜନ ମନ ପ୍ରାଣ ନାଚେ ଦିବ୍ୟ ଚେତନା ରେ ।
ଆନନ୍ଦ ଉଲ୍ଲାସ ସହ ପ୍ର।ଚୁର୍ଯ୍ୟ ମଧ୍ଯ ରେ
ପାଳନ କରନ୍ତି ନବ ରାତ୍ରୀ ଯେ ସକଳେ ।
ଆସୁରି ପ୍ରବୃତ୍ତି କାମନା ଓ ଦୁରାଚାର
ପ୍ରତି କ୍ରୋଧ ତ୍ରିଶୁଳକୁ ନିକ୍ଷେପି ସତ୍ୱର ।
ଦୂର କରୁ ଦାରିଦ୍ର୍ୟ ଓ ହିଂସା, ଦ୍ୱେଷ , ଭାବ
ଯୋଗାଇ ପରାଣେ ଶାନ୍ତି ,ପ୍ରୀତି , ଅନୁରାଗ ।
ଆଦର, ଆଦର୍ଶ , ଶିଷ୍ଟାଚାର ସଂସ୍ଥାପନା
ପାଇଁ ଦେଉ ଜନ ମନେ ନବ ଉଦ୍ଧୀପନା ।
