Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Classics Inspirational Children

3  

Satyanarayan Sahoo

Classics Inspirational Children

ଆମ ଗୌରବ ତ୍ରିରଙ୍ଗା ପତାକା

ଆମ ଗୌରବ ତ୍ରିରଙ୍ଗା ପତାକା

1 min
7



ଆମ ଗୌରବ ତ୍ରିରଙ୍ଗା ପତାକା

ଶିଖାଏ ସଭିଙ୍କୁ ସାମ୍ୟ ଏକତା ।

ସ୍ନେହ ଶ୍ରଦ୍ଧା ପ୍ରେମ ପ୍ରୀତି ର ଧାର

ପ୍ରବାହିତ କରେ ସେ ନିରନ୍ତର  ।

ବିକାଶ ପାଇଁ କି ଦିଏ ପ୍ରେରଣା

ଜାଗ୍ରତ କରାଏଦି ବ୍ୟ ଚେତନା ।

ଆମରି ସଂସ୍କୃତି ଗାରିମା କଳା

ପ୍ରସାର ନିମନ୍ତେ କରେ ବିହ୍ବଳl ।

ଆମ ପ୍ରିୟ ଦେଶ ଭାରତ ବର୍ଷ

ପ୍ରଦର୍ଶlଏ ସବୁ ଠାରେ ଉତ୍କର୍ଷ ।

ବହୁ ବର୍ଷ ଧରି ଏ ପରାଧୀନ

ହୋଇ ସହି ଥିଲା ଦୁଃଖ କଷଣ ।

ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି

ଘେନି କଷ୍ଟ ସହି ସଂଗ୍ରାମେ ମାତି ।

ପରି ଶେଷେ ଏବେ ଆଜି ସ୍ଵାଧୀନ

ଉଡ଼ାଉଛୁ ଆମ୍ଭ ଜୈତ୍ର କେତନ ।

ଜାତୀୟ ପତାକା ଜାତି ଗୌରବ

ତିନି ରଙ୍ଗେ ଶୋଭା ଦିଶେ ଅପୂର୍ବ ।

ଉପରେ ନାରଙ୍ଗୀ ମଧ୍ଯ ରେ ଶ୍ୱେତ

ତଳ ରେ ସବୁଜ ବର୍ଣ୍ଣ ଶୋଭିତ ।

ଧଳା ରଙ୍ଗ ମଧ୍ୟେ ଅଶୋକ ଚକ୍ର

ସତ୍ୟ ଶାନ୍ତି ନ୍ୟାୟ କରେ ପ୍ରଚାର ।

ଜାତୀୟ ପତାକା କି ମନୋହର

ପବନେ ଉଡ଼ଇ ଏ ଫର ଫର ।

ଯେଉଁ ଦେଶେ ବହେ ଯମୁନା ଗଙ୍ଗା

ଫର ଫର ସେଠି ଉଡେ ତ୍ରିରଙ୍ଗା ।


Rate this content
Log in

Similar oriya poem from Classics