ଟିକି ଭକତ କରୁ ରଥ ଯାତ
ଟିକି ଭକତ କରୁ ରଥ ଯାତ
ଟିକି ଭକତ କରୁ ରଥ ଯାତ
ଟିକି ଭକତ କରୁ ରଥ ଯାତ
ଟାଣୁଛୁ ଦଉଡ଼ି ଧରି କି ହାତ ।
ହସ ଖୁସି ଭରା ଦିବ୍ୟ ମୁହୂର୍ତ୍ତ
ଦେଖ ଦେଖ ଜନେ ଆସି ବହୁତ ।
ଛୋଟ ଶିଶୁ ଆମେ ଟିକି ଭକତ
କରୁଛୁ ଆମର ଏ ରଥ ଯାତ ।
ନାହିଁ କୋଳାହଳ ବାଜା କିଛି ତ
ଆନନ୍ଦେ ବିଭୋର ଆମର ଚିତ୍ତ ।
ଗଢ଼ାଇ ଅଛୁ ଆଃ , ଏ ଟିକି ରଥ
ଟାଣି ଟାଣି ନେଉ ସଡ଼କ ପଥ ।
ବସାଇ ଦେଇଛୁ ଜଗତ ନାଥ
ସହିତ ସୁଭଦ୍ରା କାଳିଆ ସାନ୍ତ ।
ଆମେ ଶିଶୁ ମାନେ ଟିକି ଭକତ
ଭକତି ବିଶ୍ୱାସେ ଦୃଢ଼ ନିଶ୍ଚିତ ।
ପ୍ରଭୁ କୃପା ଦିନେ ହେବୁ ପ୍ରାପତ
କରାଉ ଛୁ ଆମ ଏ ରଥ ଯାତ ।
ନାହିଁ ଆଖ ପାଖ ମେଳି ଭକତ
ଦର୍ଶକ ସେବକ ଗହଳ ସତ ।
ମନ ରେ ସର୍ବଦା ଭକତି ତତ୍ତ୍ୱ
ଶିଶୁ ମନ ଆମ ଅଟଇ ସତ୍ତ୍ଵ ।
ଝୁଣା ଧୂପ ଦୀପ ଗନ୍ଧ ରୁ ମୁକ୍ତ
ପୁଣ୍ୟ ଆଶେ ଆମେ କରୁଛୁ ଯାତ ।
ଜାଣି ନାହୁଁ , ସେବା ପୂଜା ବିଧି ତ
ଅଜ୍ଞାନ ଅବୋଧ ଆମେ ମାନେ ତ ।
ଯାଇ ପାରି ବୁନି ଆମେ ଶ୍ରୀ କ୍ଷେତ୍ର
ହେଲେ ବି ଯେ ମନ ଆମ ପବିତ୍ର ।
ଅଳପ ଧନ ରେ ମନ କୁ ଶାନ୍ତ
ରଖି ସୁଖୀ ହେବୁ ସାଥି ସଙ୍ଗାତ ।
ବନ୍ଧୁ ଖେଳ ସାଥୀ ମେଳେ ବହୁତ
ଭାବି ଓ ବିଚାରି ହେଲୁ ପ୍ରସ୍ତୁତ ।
ଚକା ଆଖିଆ ସେ କାଳିଆ ସାନ୍ତ
ବୁଦ୍ଧି ଦେଲେ ଆମେ କରୁଛୁ ଯାତ ।
ଆହା କି ଆନନ୍ଦ ଭରା ମୁହୂର୍ତ୍ତ
ଉଲ୍ଲାସେ ଉତ୍ଫୁଲ ଆମରି ଚିତ୍ତ ।
ଆମ ଠୁ ଶିଖିବ ମଣିଷ କେତେ
ଭକ୍ତି ଭାବ ମୟ ଶ୍ରଦ୍ଧା ସହିତେ ।
ସ୍ନେହ ଆଦର ରେ ଚଳାଉ ରଥ
ଗଡିଯାଏ ଗାଡି ନିଶୁନ ପଥ ।
