STORYMIRROR

Dr.Omm Prasad Pradhan

Action Others

3  

Dr.Omm Prasad Pradhan

Action Others

ପ୍ରକୃତିର ଦଣ୍ଡ

ପ୍ରକୃତିର ଦଣ୍ଡ

1 min
12.4K

ପ୍ରକୃତିର ଦଣ୍ଡ ମଣିଷ ଭୋଗେ

କରୋନା ନାମରେ ମୃତ୍ୟୁକୁ ଲଭେ

ମରୁଛି ଅଜଣା ରୋଗ ଆତଙ୍କେ

ଅକାଳ ମୃତ୍ୟୁକୁ ଲଭନ୍ତି ସର୍ବେ

ଦେଖି କରୋନାର ତାଣ୍ଡବ ଲୀଳା

ଗୃହରେ ଲୁଚନ୍ତି ହୋଇ ଦୁର୍ବଳା

ମୁହଁରେ ବାନ୍ଧି କି ମାସ୍କର ତୁଣ୍ଡି

ଭାବନ୍ତି କରୋନା ଯିବରେ ଭଣ୍ଡି

ଦେଖି କରୋନାର ଭୟାବହତା

ଜନ ସମାଜର ବଢଇ ଚିନ୍ତା

କେମିତି କରିବ ସେ ପ୍ରତିହତ

ଅଦୃଶ୍ୟ ଭୁତାଣୁ କରେ ପରାସ୍ତ

ଭୟଭୀତ ଏବେ ସର୍ବ ଜନତା

ଦେଖି ପ୍ରକୃତିର ଦଣ୍ଡ ବ୍ୟବସ୍ଥା ।


Rate this content
Log in

Similar oriya poem from Action