Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Omm Prasad Pradhan

Abstract Action Inspirational

3  

Dr.Omm Prasad Pradhan

Abstract Action Inspirational

ମୁଁ ବୁଝେନି

ମୁଁ ବୁଝେନି

1 min
162



ମୁଁ ବୁଝେନି ,

ବୁଝିବାକୁ ଚାହୁଁନି ମଧ୍ୟ 

ଭାତ କେଇଟା କଂସାରୁ ପଡିଗଲେ 

ବୋଉର ଅଜଶ୍ର ଗାଳି ।


ସାମାନ୍ୟ ଉତ୍ସୃଙ୍ଖୁଳରେ 

ବାବାଙ୍କ ନାଲି ଆଖି 

ସମ୍ବିଧାନ ବହିର୍ଭୁତ ତାଗିଦ 

ଲଦି ଦିଅନ୍ତି ମୁଁ ଉପରେ 

ମୁଁ ବୁଝେନି ।


ସ୍କୁଲରେ ଟିକେ ବିଳମ୍ବ ହେଲେ 

ହେଡମାଷ୍ଟ୍ରେଙ୍କ ଧମକ 

ଧଳା ସାର୍ଟରେ ଦାଗ ,ନଖରେ ମଳି 

ମୁଣ୍ଡରେ ତେଲ ନ ମାରିଲେ ,

ପିଟ୍ ସାରଙ୍କର ବେତ ପ୍ରହାର 

ମୁଁ ବୁଝେନି ।


କଲେଜର ଶେଷ ହେଇଚି 

ଚାକେରି ପାଇଁ ମୁଁ ଭୋରରୁ ଉଠୁଛି 

ଡ୍ରେସ ଆଇରନ୍ କରିବା ଶିଖିଗଲିଣି 

ରୋଷେଇ କରିବା ମଧ୍ୟ


ସଂଘର୍ଷ ବେଳେ ମନେପଡେ 

ବୋଉର ଅଜଶ୍ର ଗାଳି, 

ବାପାଙ୍କ ତାଗିଦ ,

ସାର୍ଙ୍କ ନାଲି ଆଖି ।


ବୁଝିବା ପାଇଁ ଡେରି ହେଇନି 

ମୁଁ ବୁଝିଲିଣି ।

ମାଟି ଭାଙ୍ଗିଲେ ମଞ୍ଜି ଜନ୍ମ ନିଏ 

ସୁନା ତାତିଲେ ଶୁଦ୍ଧ ହୁଏ 

ପଥର ଭାଙ୍ଗିଲେ ମୂର୍ତ୍ତି ହେଇଯାଏ ,

ମୁଁ ବୁଝି ପାରୁଛି ।


ବୋଉର ଗାଳି ,

ବାପାଙ୍କ ତାଗିଦ ,

ସାର୍ଙ୍କ ବେତ ପ୍ରହାର ,

ଆଜି ବି ମୋ ମାର୍ଗ ଦର୍ଶକ ।।



Rate this content
Log in

Similar oriya poem from Abstract