STORYMIRROR

subrat kumar jena

Abstract Others

4  

subrat kumar jena

Abstract Others

ଅକୁହା ଭାଷା

ଅକୁହା ଭାଷା

1 min
37

ଭାବିଥିଲି ତୁମେ ବୁଝିନେବ ଚୁପ ଚାପ,

ମୋ ଶାନ୍ତ ମନର ଅଶାନ୍ତ ରୂପକୁ ଦେଖି,

ତୁମେ ପରା ନିଜକୁ ମହାନ କୁହାଅ ନାଁ...!

ସବୁକିଛି ତୁମ ହାତରେ ସମର୍ପଣ ପରେ,

ମୋର ବା ସ୍ଥିତି କୋଉଠି,

ମୁଁ ଏବେ ଏଠିତ ,

କିଛି ସମୟ ପରେ ଗଢି ବସେ ବାଇଆ ବସା,

ଭାବେ ବେଶ ଆରମରେ ଝୁଲିବି,

ଯେତେ ପବନ ଆସୁ କି ବାଆ ଆସୁ,

ଏମିତି ବି ଝୁଲୁଥିଲି କିଛି ଆପଣାର ସହଯୋଗରେ,

ହେଲେ ଅଜଣା ବାଆରେ ଯେ ଏତେ ଶକ୍ତି,

ଏ ସବୁକୁ କଳନା କରିବା ଆଗରୁ ସବୁକିଛି ଓଲଟ ପାଲଟ,

ପରିସ୍ଥିତି ଶାନ୍ତ ପରେ ଖାଲି ଯାହା,

ପାଦ ଚିହ୍ନ ସବୁ ପଡିଛି ଏପଟ ସେପଟ ବିସ୍ତୀର୍ଣ୍ଣ ବାଲୁକା ରାଶିରେ,

କୁନି କୁନି ସମୁଦ୍ର କଙ୍କଡା କ୍ରୀଡ଼ାରତ ବାଲୁକା ପ୍ରାନ୍ତରେ,

ଅଜାଣତରେ ହେଉ ପଛେ ଆଙ୍କି ହେଉଛି ହଜାର ହଜାର ଚିତ୍ର,

ସମୁଦ୍ରର ଢେଉରେ ଲିଭିବାକୁ ଅପେକ୍ଷା କରି,

କିନ୍ତି ତୁମର ସବୁ ପାରିବା ପଣିଆ ,

ଆଜି କାହିଁ ପାଣିଚିଆ ପାଣିଚିଆ ମୋ ଲାଗି।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract