STORYMIRROR

subrat kumar jena

Classics

3  

subrat kumar jena

Classics

ଶୋଇପଡ ରାତି

ଶୋଇପଡ ରାତି

1 min
241


ଶୋଇପଡ ରାତି ଅନେକ ଡେରି ହେଲାଣି,

ତେଣିକି ସଜଣା ଡାଳରେ ହେଉ,

ଅବା ବର ଓହଳରେ,

ନହେଲେ ଆମ ଗାଁ କଇଁ ପୋଖରୀରେ,

ଯଦି ଇଛା ଯାଇପାରୁ ପ୍ରିୟାର ଗାଁକୁ,

ତାଙ୍କ ସବୁଜ ଗହୀରି ପାଟରେ,

ନହେଲେ ଛାମୁଣ୍ଡା ପାହାଡ଼ ଉପରେ ଶୋଇପଡ,

କେତେ ଆଉ ଶୁଣିବୁ ଜହ୍ନମାମୁଁର କାହାଣୀ,

ତୋ ଆଖିରେ ଆଖିଏ ନିଦ,

କେତେ ଆଉ ଅନିଦ୍ରା ହେବୁ,

ଅନ୍ୟକୁ ଶାନ୍ତିରେ ଶୋଇବାକୁ ଛାଡି,

ଦେଖୁନୁ ସହର ଗାଁ ସବୁଆଡେ ନିସ୍ତବ୍ଧ,

ଖାଲି କେତେଟା ଜୀବ ଜନ୍ତୁଙ୍କୁ ଛାଡିଦେଲେ,

ଜାଣେ ଦେହରେ ତୋର ଅସହ୍ୟ ବେଦନା,

ହେଲେ ଅପେକ୍ଷା କର,

ସମୟ ଦେବ ସେଥିରେ ମଲମ ।

ଗାଁର ଠାକୁର ମଣ୍ଡପେ ଦେଖିଲୁ,

କେତେ ଆନନ୍ଦରେ ଶୋଇଛନ୍ତି କାଳିଆ ବଳିଆ,

ଆମ୍ବ ତୋଟାରେ ବି ପକ୍ଷୀମାନେ,

ହେଲେ ବାଦୁଡି ସେତ ଲାଗିଛି ନିଜ କର୍ମରେ,

ଜା ଆଉ ଜମା ଡେରି କରନି,

ରାତି ପାହି ସକାଳ ହୋଇଯିବ ପରା,

ସହରର ଫୁଟପାଥକୁ ଦେଖ,

ଆଃ କି ଚରମ ଆନନ୍ଦ କି ଶାନ୍ତି,

ନାଁ କେହି ନେଇଯିବ ନାଁ କିଛି ହଜିଯିବାର ଭୟ,

ଦିନ ଭରି କଠିନ ପରିଶ୍ରମ,

ତାପରେ ରାତିର ଛାତିରେ ଚରମ ତୃପ୍ତି,

ହଁ ଏବେ ତତେ ନିଦ ଲାଗିବଣି,

ଯା' ଟିକେ ଶୋଇପଡ଼ ।

ଏ ଜହ୍ନତ ସେମିତି,

ଟିକେ ଦେଖାଦେବ ଟିକେ ଲୁଚିଯିବ ବାଦଲ ଉହାଡ଼େ,

ତାକୁ ଭଲ ଲାଗେ ଲୁଚକାଳୀ ଖେଳ,

କେବଳ ସେଥିଲାଗି ସେ ପରା ମେଘର ସାଥି,

ବାଦଲକୁ ନିମନ୍ତ୍ରଣ ଦିଏ ତା ଘରଠି ବୁଲିଆସିବାକୁ,

କେତେ ରାତ୍ରି ଆଉ ଅନିଦ୍ରା ରହିବୁ,

ତୋର ଭୂତ ଭବିଷ୍ୟତକୁ ଭାବି ଭାବି,

ଜାଣେ ତୁ ବ୍ୟତିବ୍ୟସ୍ତ,

ତୋ ଆଖି ଆଗରେ ଝିଅଙ୍କର ଇଜ୍ଜତ ନିଲାମ ହୁଏ,

ତୋ ଆଖିଆଗରେ ଯୁବପିଢୀ ହଜିଯାନ୍ତି ନିଶାର କବଳରେ,

ଘଟିଯାଏ କେତେ କେତେ ଅଘଟଣ,

ତତେ ଏ ସବୁ ଶାନ୍ତି ଦିଏନା,

ତଥାପି ଥରେ ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କର ।

ତୁ ତ ଜାଣୁ ଏଠି ସବୁ ସମୟର ଦାସ,

ଋତୁ ଆସିପୁଣି ଫେରିଯାଏ ସମୟର ନିର୍ଦେଶରେ,

ଏମିତିରେ ତୋର ଚିନ୍ତା ଅବସମ୍ଭାବି,

ବର୍ଷା ଦିନେ ବର୍ଷା ହୁଏନି,

ଶରତରେ କାକର ପଡେନି,

ଚାରି ଆଡ଼େ ଖାଲି ଅଗ୍ନି ବର୍ଷା,

ତୁ କଣ କରିବୁଜେ,

ଏ ମଣିଷ ସବୁ ଜାଣି କିଛି ଜାଣୁନି,

ଜାଣି ଜାଣି ମୃତ୍ୟୁକୁ କରେ ନିମନ୍ତ୍ରଣ,

ଯା' ଆଉ ଅଳ୍ପ ସମୟର ଅବଧି,

ପହଡେ ଦି ପହଡ଼ ଶୋଇପଡ,

ଭୁଲିଯିବୁ ସବୁ କଷ୍ଟ ଯନ୍ତ୍ରଣାର ସ୍ୱରକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics