କାଶତଣ୍ଡୀ ହସେ ପ୍ରକୃତି କୋଳରେ
କାଶତଣ୍ଡୀ ହସେ ପ୍ରକୃତି କୋଳରେ
କାଶତଣ୍ଡୀ ହସେ ପ୍ରକୃତି କୋଳରେ
ଋତୁରାଣୀ ବିରାଜନ୍ତି ଯେବେ ଧରାରେ
ସବୁଜ ସୁନ୍ଦର ତରୁଲତା ପ୍ଲାବିତ
କେଡେ ମନୋହର ଦିଶେ ସତେ ଖରାରେ l
ଗ୍ରୀଷ୍ମ ଋତୁ ପରେ ବର୍ଷା ପ୍ରତ୍ୟାଗମନେ
ଋତୁପରେ ଋତୁ ଗୋଟି ଗୋଟି ଆସେ
ବିବିଧ କୁସୁମେ ଋତୁ ରାଣୀ ସାଜେ
ଶରତ ଆଗମନେ ଧରଣୀ ହସେ l
ମୃଦୁ ମଳୟ ସତେ ଯାଉଛି ବହି
କାଶତଣ୍ଡୀ ଦେହେ ସତେ ସ୍ପର୍ଶ ପାଇ
ହଲି ଝୁଲି ନାଚେ କାଶତଣ୍ଡୀ ଆଜି
ଦେବୀଙ୍କର ସ୍ୱାଗତ ପାଇବା ପାଇଁ l
ନଈହସେ ମନେଭରି କେତେ ଆଶା
କାଶତଣ୍ଡୀ ଦୋଳିଖେଳେ ସମୀରଣେ
ସତେକି ଯୌବନ ପ୍ରୀତି ଭରି ଅଛି
ସାଇତି ଥିଲାକି ସେ ତାହାରି ମନେ l
ଶ୍ୱେତ ଶାଢ଼ୀ ପିନ୍ଧି କାଶତଣ୍ଡୀ ଚାହେଁ
ହେବା ପାଇଁ ତାଙ୍କ ପାଦ ପୂଜାରାଣୀ
ମନ ଆନମନେ ସ୍ୱାଗତ କରେ ସେ
ନେଇ କେତେ ହୃଦୟ ଭରା ଚାହାଣି l
ମନେ ତା ଭରିଛି କୁଆଁରୀ ସପନ
ମାଆଙ୍କୁ କରିବ ଧୂପଦୀପ ଦେଇ ଅଳି
ପରିପୂର୍ଣ୍ଣ ହେବ ସତେକି ତା ଜୀବନ
ଶ୍ରଦ୍ଧା ମନରେ ଆଶିଷ ଦେବ ଢାଳି l
ଖିଲି ଖିଲି ହସେ କାଶତଣ୍ଡୀ ଫୁଲ
ଆନନ୍ଦ ମୁଖରିତେ ବିଭୋର ହୋଇ
ଫୁଲ ବଉଳବେଣୀ ଗାଏସେ ଗୀତ
ସବୁରି ମନକୁ ହସ ଖୁସି ନେଇ l
ଧବଳ, କୋମଳ ଅତି ସୁରଞ୍ଜିତ
ରୂପ ମାଧୁରୀର ପ୍ରସ୍ଫୁଟିତ ଶୋଭା
ଶରତ କାଳରେ ଫୁଟି ଉଠେ ଧୀରେ
ଆନନ୍ଦ ହୋଇ ଅନୁପମ ଆଭା l
ପାପ ନାଶିବାକୁ ଆସନ୍ତି ଅମ୍ବିକା
ଶରତ ଋତୁ ଦେଇ ଯାଏ ସେ ବାର୍ତ୍ତା
ମାଂ ସିଂହ ବାହିନୀ, ଜଗତ ଜନନୀ
ଜଗତରେ ଲିଭାଇବେ ପାପ ର ସର୍ତ୍ତା l
