STORYMIRROR

Bebi Satapathy

Classics

3  

Bebi Satapathy

Classics

ବୋଉ

ବୋଉ

1 min
196

ଗୋଟିଏ ରୂପ ଅନେକ ଶବ୍ଦ

କିଏ ଡାକେ ବୋଉ, କିଏ ଡାକେ ମାମା,

କାହାର ସେ ମମି, କାହାର ସେ ମା ।

      

 ସ୍ନେହର ପ୍ରତୀକ ମମତାର ମୂରତି

 ସରଧାର ଅମାନିଆ ଝରଣା ସେ

 ପ୍ରେମର ଫଲ୍ଗୁ ଧାରା ସେ

 ରୂପେଲି ଜୋଛନା ର ଶୀତଳ ପୀରତି ।


 ତା ପଣତେ ଦୁନିଆ ଟା ହୋଇ ଯାଏ ଛୋଟ

ତା ମୁହେଁ ଦେଖା ଯାଏ ଚାନ୍ଦ ର ଅଝଟ

 ରୁଣୁ ଝୁଣୁ ଚୁଡ଼ି କୁହେ ତା ହାତ ଆକଟ

 ଝୁମୁଝୁମୁ ପାଉଜି କୁହେ ତା କାହାଣୀ ଅତୁଟ ।


 ପେଟେ ଓଦା କନା ଦେଇ, ଉପବାସେ ଶୋଇଛି

 ଲୁହ ଲହୁ ସବୁ ପିଇ, ସଜ ଫୁଟା ଫୁଲ ପରି

 ମିଛେ ଖାଲି ହସିଛି

କେତେ ଯେ ରାତି ତାର, ଉଜାଗରେ ବିତିଛି

ଶ୍ରମ କଷ୍ଟ ସବୁ ଭୁଲି, ମୁଣ୍ଡେ ପଟି ଦେଇଛି.


    ସପନ ଟା ସତ ହୁଏ, ପିଲାତାର ବଡ ହୁଏ

    ମା କୋଳ ହୋଇଯାଏ ଅଜଣା ଅଶୁଣା,

   ବୋଝ ଭାବି ଛାଡି ଦିଏ, "jarasram",

   ହୋଇଯାଏ ତାର,"ଶେଷ ଠିକଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics