ସ୍ୱାଧୀନତାର ପ୍ରସ୍ତୁତି ପର୍ବ
ସ୍ୱାଧୀନତାର ପ୍ରସ୍ତୁତି ପର୍ବ
୭୭ତମ ସ୍ୱାଧୀନତା ର ପ୍ରସ୍ତୁତି ପର୍ବ
ଆଗେଇ ଚାଲିଛି ବୀର ଦର୍ପରେ
ପଥପ୍ରାନ୍ତ ନାଟକ ବାଜା ନିଶାଣରେ
ପୁର ପଲ୍ଲୀ ନଗର ସହରେ ବଡ ଧୁମ ଧାମରେ ।
ଘର ପାଖ ବିଦ୍ୟାଳୟ ରୁ ଶୁଭେ 'ଜନ ଗଣ ମନ '
ଜାତୀୟ ସଂଗୀତର ସ୍ୱର,
ଖଣ୍ଡେ ଦୂର ଆର୍ମି କ୍ୟାମ୍ପର ପରେଡ଼ ରୁ
ମନେପଡେ ସେଦିନ ର କଥା କାରଗିଲ ବିଜୟର!
ବେବିନା, ମାଧବୀ ଏମାନେ କଣ
ପାଳୁ ନ ଥିଲେ ପ୍ରସ୍ତୁତି ଉତ୍ସଵ
ଉଡାଉ ନ ଥିଲେ ସ୍ୱାଧୀନତା ର ଧ୍ୱଜl?
ମଣିପୁର ର ଵିଵସ୍ତ୍ର ମହିଳା, କରୁ ନ ଥିଲେ କି
ଦେଶ ମାତୃକାର ପୂଜା?
ଯୌତୁକ ନ ଦେବା ଭୟରେ କନ୍ୟା ଭ୍ରୁଣ ହତ୍ୟା
ଅ ଭାବି ପଣିଆର ଦ୍ୱାହି ଦେଇ ମାନ ବିକତାର ନିଲାମ.
ରାଜରାସ୍ତାରେ ଯୁବତୀ ଝିଅର ଗଣ ଦୁଷ୍କର୍ମ
ନିରୀହ କୋମଳମତି ନାବାଳିକାର ଆକୁଳ ନିବେଦନ।
ଏସବୁ କଣ ସ୍ୱାଧୀନତା ର ଦିଗଦର୍ଶନ?
ହେ ମୋର ସ୍ୱାଧୀନ ଭାରତ ର ନାଗରିକ,
ଖୋଲି ଦିଅ ତୁମ ପାଦୁ ପରାଧୀନତାର ଶୃଙ୍ଖଳ
ଉନ୍ମୁକ୍ତ କର ଚିନ୍ତା, ଚେତନା ର ଦ୍ୱାର
ବିକାଶ କର ବୌଦ୍ଧିକ ତାର ପରିଭାଷା
ମୂଲ୍ୟାୟନ ହେଉ ରାମ ରାଜ୍ୟ ର ସତ୍ତା ।
ସାକାର ହେଉ ଗାନ୍ଧିଜୀ ଙ୍କ ସ୍ବପ୍ନ
ସାର୍ଥକ ହେଉ ସ୍ୱାଧୀନ ଭାରତ ର
ସ୍ୱାଧୀନତା ର ପ୍ରସ୍ତୁତି ପର୍ବ ।
