ଶୀତ ରାଣୀ
ଶୀତ ରାଣୀ
ଥିରି ଥିରି ଚୁପି ଚୁପି ପହିଲି ଓଢଣୀ ଟାଣି
ପ୍ରୀତିର ପରଶେ ଝୁମି ଆସିଚି ମୋ "ଶୀତ ରାଣୀ"।
ଶୀତରାଣୀ ନୁହେଁ ସେ ତ ସପନ ର ରାଣୀ
ସୋରିଷ କ୍ଷେତ ର ସୁନା ହରିଣୀ.।
ଧନୀ ର ମାନସୀ ଅଳସୀ ପ୍ରେୟସୀ
ନିର୍ଦ୍ଧନୀର ସିଏ ଲଷ୍ମୀ ଠାକୁରାଣୀ.।
ଭିଜା ଭିଜା କାକର ଟୋପାରେ
ଝରା ଶେଫାଳି ର ବାସ୍ନାରେ,।
ଶୀତଳ ଜହ୍ନ ଜୋଛନା ରେ
ଆଞ୍ଜୁଳାଏ ଫୁଲ ଚାଙ୍ଗୁଡ଼ିରେ ।
ମୃଦୁ ମନ୍ଦ ସମୀରଣରେ
ଝାପ୍ସା ଝାପ୍ସା ଛାଇ ଆଲୁଅ ରେ ।
ସଞ୍ଜ ବେଳ ନିଆଁ ଝୁଲ ଉଷ୍ମତା ରେ
ଗାଢ଼ ରାତ୍ରୀ ରେଜେଇ ଭିତର ନିରୋଳା ଚୁମ୍ବନରେ।
ଲାଲ ଗୋଲାପ ର ରକ୍ତ ପାଖୁଡ଼ାରେ
ଫୁଲ ଭରା ବଗିଚାରେ ପ୍ରଜାପତି ଭ୍ରୁ ଗୁଞ୍ଜନରେ ।
ମଗୁଶିର ମାଣବସା ଧାନ କେଣ୍ଡାରେ
ସୀମନ୍ତିନୀର ଗୁରୁବାର ଝୋଟି ଚିତାରେ ।
ହସ ହସ ଚାଷୀ ଭାଇର ଧାନ ଖଳାରେ
ପରିବା କ୍ଷେତର ଖୁସି ର ଲହରୀରେ ।
ସତ କହୁଚି ସବୁକିଛି ହୋଇଯିବ ଅସଜଡ଼ା ତମେ ଚାଲିଗଲା ପରେ
ରାଣ ରହିଯାଅ ସବୁଦିନ ପାଇଁ ହୃଦୟର ଚାରି କାନ୍ଥରେ.।।
