STORYMIRROR

Tapaswini DashSarangi

Abstract Tragedy Fantasy

3  

Tapaswini DashSarangi

Abstract Tragedy Fantasy

ନିଃସଙ୍ଗତା

ନିଃସଙ୍ଗତା

1 min
184

ଭାରି ଭଲ ଲାଗେ ନିଃସଙ୍ଗ ଜୀବନ

ଭଲ ଲାଗେ ନିଃସଙ୍ଗତା

ତୁମ ଠାରୁ ଇଏ ଶହେ ଗୁଣ ଭଲ

ଦେଉନି କେବେ କ୍ଳିଷ୍ଟତା।

ଛାଡିଗଲ ଯେବେ ଅଧା ବାଟେ ତୁମେ

ଦେଇ ଯେ ଅସରା ଲୋହ

ବନ୍ଧ ଭାଙ୍ଗୁଥିଲା ଅମାନିଆ ହୋଇ

ଛାତିରେ ଅମାପ କୋହ।

ସେଇ ପ୍ରହରରୁ ଏଇ ନିଃସଙ୍ଗତା

ମୁଣ୍ଡ ମୋ ଆଉଁସି ଦେଇ

କହିଲା ତୋ ସାଥେ ସବୁ ବେଳେ ଥିବି

ଅତି ଅନ୍ତରଙ୍ଗ ହୋଇ।

କେତେ ଯେ ନିଦାଘ ଥକି ଯେ ଗଲେଣି

ଦେବାକୁ ମୋତେ ଯାତନା

ଶ୍ରାବଣୀର ଧାର ବାହୁଡି ସାରିଲେ

ନ ଦେଇ ଲୁହର ବନ୍ୟା।

ଦୁନିଆରେ ଅଛି ଯେତକ କେଳେଶ

ସବୁ ତୁମ ଆଗେ ତୁଚ୍ଛ

ବିଶ୍ଵାସର ସୌଧ ଭାଙ୍ଗିଚାଲିଗଲ

ପ୍ରେମ ଥିଲା ତୁମ ମିଛ।

ଏକଲାପଣ ବି ଛାଡୁ ନାହିଁ ମୋତେ

ନେଇ ଆସେ ତୁମ ସ୍ମୃତି

ଏ ଜୀବନ ଖାଲି ଦେଉଛି ଖୁଣ୍ଟଣା

ଗାଇ ଯେ ବିରହ ଗୀତି।

ତୁମେ ଆସିବନି ଜାଣିଛି ଏ ମନ

ତଥାପି ପ୍ରତୀକ୍ଷା କରେ

ନିସ୍ତବ୍ଧ ରାତିର ତମସା ଭିତରେ

ଝୁରି ଝୁରି ନିତି ମରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract