STORYMIRROR

Tapaswini DashSarangi

Abstract Classics

3  

Tapaswini DashSarangi

Abstract Classics

ଜଗନ୍ନାଥ ଶରଣମ୍

ଜଗନ୍ନାଥ ଶରଣମ୍

1 min
205

ତୁମେ ନିରାକାର ତଥାପି

ତୁମ ଆକାର ଖୋଜି ଭ୍ରମିତ ହେଉଛି।

ତୁମେ ନିର୍ବିକଳ୍ପ 

ତଥାପି ତୁମର ବିକଳ୍ପ ଖୋଜିବାର ଧୃଷ୍ଟତା କରୁଛି।

ତୁମେ ନିର୍ଗୁଣ ତଥାପି

ମୁଁ କେମିତି ତୁମ ଗୁଣକୁ

ବଖାଣିବାକୁ ଆଗେଇ ଆସୁଛି। 

ତୁମେ ଅବର୍ଣ୍ଣନୀୟ ତଥାପି

ତୁମର ବର୍ଣ୍ଣନା କରିବାର ଭୁଲ୍ କରୁଛି ।

ତୁମେ ଅନିର୍ବଚନୀୟ

ମୁଁ ଦୁଇପଦ ଶ୍ଳୋକରେ

ତୁମକୁ ତୋଷ କରିବାର ବାଚାଳାମୀ କରୁଛି ।

ତୁମେ ଅଲେଖ୍ୟ

ତଥାପି ଦୁଇ ବୁନ୍ଦା ସ୍ୟାହି ଫରଦେ ସାଦା କାଗଜରେ

ତୁମକୁ ଲେଖିବାର ଅଭିମାନ କରୁଛି ।

ଏତେ ସବୁ ଚପଳାମୀ ପରେ ବି

ତୁମେ ମୂଢ଼ମତି ମାନବୀ ଭାବି

ତୁମ କରୁଣା ମନ୍ଦାକିନୀରେ ମୋତେ ଭସେଇ ନେଉଛ

ମୁଁ ବି ପ୍ରଗଳ୍ଭଚିତ୍ତା ହୋଇ ଭାବର

କାଦମ୍ବରୀରେ ଅନ୍ତଃକରଣକୁ ଆପ୍ୟାୟିତ କରୁଛି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract