ମାତୃଭାଷା
ମାତୃଭାଷା
ନାହିଁ ମାତୃଭାଷା ଶିକ୍ଷା କ୍ଷେତ୍ରେ ପ୍ରୀତି
ତାକୁ କି ଜ୍ଞାନୀ କହିବା
ଜନନୀର ପ୍ରେମ ନାହଁ ଯାର ହୃଦେ
ଜ୍ଞାନୀ କି ତାକୁ ଭାବିବା !!
ସମ୍ମାନ ! ଆଣିବ କି ସମାଜ ନିର୍ମାଣେ
ହୀନ ମାତୃଭାଷା ଯେହୁ ମଣେ
ଅଜ୍ଞାନୀ ତାକୁ ଜଗତ ଗଣେ !!
ଶାସ୍ତ୍ର ଜାଣି ଅଛି ସାହେବ ସାଜିଛି
ମୁଖରେ ବିଦେଶୀ ଭାଷା
ବନ୍ଧୁ ଓ କୁଟୁମ୍ବେ କଥାବାର୍ତ୍ତା ତାର
କରୁ ଅଛି ଲୋକ ହସା !!
ହେ ବିଜ୍ଞ ! ସମାଜ କୁହେ ତାକୁ ଅଜ୍ଞାନୀ
ହେଉ ବା ସେହୁରେ ବଡ଼ଜ୍ଞାନୀ
ନୁହେଁ ମାନବ ସେହୁ ଅଜ୍ଞାନୀ !!
ଯୁବା ଓ ଯୁବତୀ ଦିଅ ମନ ଧ୍ୟାନ
ଶିକ୍ଷା ଜ୍ଞାନ ମାତୃଭାଷା
କରିବ ନିଶ୍ଚୟ ଉନ୍ନତି ବ୍ୟକ୍ତିତ୍ଵ
ପୂର୍ଣ୍ଣ ତହିଁ ଅଭିଳାଷ !!
ସାର୍ଥକ ! ତୋର ଜୀବନ ଅଜ୍ଞାନେ ଜ୍ଞାନ
ହେବୁ ଜୀବନେ ତୁହି ମହାନ
ଘନ ଅନ୍ଧାରେ ଆଲୁଅ ଜହ୍ନ !!
ନୂଆ ଶିକ୍ଷା ନୀତି ନୂଆ ଭାରତର
ଶିକ୍ଷା ମାତୃଭାଷା ଯାର
ଶିକ୍ଷା ପ୍ରାରମ୍ଭିକ ଜନନୀର ଭାଷା
ସଂସ୍କାର ସଂସ୍କୃତି ଧାର !!
ଅମୃତ ! କାଳ ଚନ୍ଦନ ହେ ଜ୍ଞାନୀ ଜନ
ମାତୃ ଭାଷା ଆମ ଅଭିମାନ
କର ଲେପନ ନିଜ ବଦନ !!
ଗର୍ବିତ ହୋଇବା ମାତୃଭାଷା ପଢ଼ି
ଶିକ୍ଷାକୁ ସନ୍ତାନେ ଯୋଡ଼ି
ଆତ୍ମନିର୍ଭର ଏ ଦେଶ ହିତ ପାଇଁ
ଦେବରେ ବିଶ୍ବାସ ଗଢ଼ି !!
ଆଦର ! କରିବାହେ ନିଜ ମାତୃ ଭାଷା
ପଢ଼ିବେ ଛୁଆ ଜନନୀ ଭାଷା
ନ ହୁଅ ଭାଇମୋ ଲୋକହସା !!
