ମୂରଲୀଧର !
ମୂରଲୀଧର !
ମୂରଲୀଧର ! ଅଜିତ କୁମାର ରାଉତ ଗାଁ କଳାବାଡିଆ ମନ୍ତ୍ର ମୁଗ୍ଧ କଲା ମୂରଲୀ " ଶୁଭେ ଗୋପାଳ ପୁରି " ସ୍ନେହର ପ୍ରୀତି ର ଆଲୋକ " ଭରି ଦେଲେ ମୁରାରି "! ପାପ ତାପ ହାରୀ ମୁକୁନ୍ଦ ' ଶୁଣ ଭକ୍ତ ଗୁହାରି " ସୃଷ୍ଟି କର୍ତ୍ତା ସୃଷ୍ଟି ଈଶ୍ୱର " ଡ଼ାକ ଶୁଣ ତାଙ୍କରି " ! କାଳିଅ ଦୋଳନ କରିଲ" ଚୂର୍ଣ୍ଣ ଦର୍ପ ତାହାରି " ଧର୍ମର ସ୍ଥାପନ କରିଲ " ମାମୁଁ କଂସ କୁ ମାରି " ! କରି କରାଉ ତୁହି ପ୍ରଭୁ " ତୋ ବିନା ଗତି କାହିଁ " ? ନର ରୂପ ଧରି ମର୍ତ୍ତ୍ୟରେ " ଦୈତ୍ୟ ବିନାଶ ପାଇଁ " ! କରିଛ ହେ ମହା ଭାରତ " ଧର୍ମ ସ୍ଥାପନ ପାଇଁ " ଗର୍ବ ଅହଙ୍କାର ଦୁଷ୍ଟର " ଦୂର କରିଲ ଯହିଁ " ! ଭକତ ବାନ୍ଧବ ଶ୍ରୀ ହରି " ମିତ୍ର ସୁଦାମା ପରି " କରୁଣା ବନ୍ଧୁର କରିଲ " ରତ୍ନ ବୈଭବ ଭରି " ! ଲଜ୍ୟା ଦୂର କରି ଦ୍ରୌପଦୀ " ନାରୀ ଟେକ୍ ରଖିଲ " ଅନାଥ ର ନାଥ କାହ୍ନୁ ହେ " ଭକ୍ତ ଡ଼ାକ ଜାଣିଲ " ! ଦିବ୍ୟ କୃଷ୍ଣ ରାମ କାଳିଆ " ଭକ୍ତ କରି ଭଜନ " ପାପ ତାପ ଦୂର କରୁଛି " ଭଜି ଚକାନୟନ " ! ଶିକ୍ଷା କର୍ତ୍ତବ୍ୟର ଦେଇଛ " ରଣ ଭୂଇଁ ଅର୍ଜୁନ " ଉପଦେଶ ତାହା ହୋଇଲା " ଭାଗବତ ମହାନ୍ " ! ପବିତ୍ର ଗ୍ରନ୍ଥ ଭାଗବତ " ଧରିଛି ଗୂଢ ତତ୍ତ୍ୱ " ରହିଛି ସଂସ୍କୃତି ସଂସ୍କାର " ସତ୍ୟ ଧର୍ମ ଦାୟିତ୍ଵ " ! ସଭାପତି ଉତ୍କଳ ସମ୍ମିଳନୀ, ଗ୍ରାମ-କଳାବାଡିଆ, ପୋ-ରାଜନଗର, ଜିଲ୍ଲା-ଷଢେ଼ଇକଳା-ଖରସୁଆଁ, ଝାଡ଼ଖଣ୍ଡ ରାଜ୍ୟ (୬୨୦୪୩୪୩୫୬୯)
