ଅସାର ଜୀବନ !
ଅସାର ଜୀବନ !
କେତେଚିନ୍ତା କରି ରୂପ କବିତାର
ଶବ୍ଦ ଭରେ କବିବର,
ହୃଦୟ ବୀଣାର ଶବ୍ଦର ଝଙ୍କାର
ଚିତ୍ରଣର କାରିଗର !
ପ୍ରକୃତର ଦୃଶ୍ୟ କବିତା ତାହର
ଭାବ ତାର ରୂପାନ୍ତର,
ଦୁଃଖର ସାଗରେ ସୁଖ ଭରି ଦିଏ
କଲମ ମୂଳରେ ତାର !
ଜ୍ଞାନ ବିଜ୍ଞାନର ଶବ୍ଦର ପ୍ରବାହ
ଝରି ପଡ଼େ କବିତାରେ,
ଆକୁଳ ମନରେ ଧର୍ଯ୍ୟ ଭରି ଦିଏ
ସୁନ୍ଦର ଶବ୍ଦ ସୁଧାରେ !
ଈଶ୍ଵରୀୟ ଶବ୍ଦ ବାଣୀଙ୍କ କରୁଣା
ପ୍ରବାହିତ ହୃଦୟରେ,
ଦିବ୍ୟ ଶବ୍ଦ ମେଳେ କବିତା ଗଠନ
ରୂପ ତା'ର ରଚନାରେ।
ବାଟ ବଣା ଲୋକ ସତ୍ୟ ପଥ ଧରେ
ପଢ଼ିଲେ କବି ରଚନା,
ଶିକ୍ଷା ଦିଏ ସଦା କବିତା କବିର
ପରିବର୍ତ୍ତନ ଭାବନା !
ରାଷ୍ଟ୍ର ଭକ୍ତି ପ୍ରୀତି ଧ କବିର ରଚନା
ବୀରତ୍ୱ ହୃଦେ ଗୁଞ୍ଜନ,
ପଟାନ୍ତର ନାହିଁ କବିତ୍ଵ ମହିମା
ଦିଏ ଦିବ୍ୟ ଶାସ୍ତ୍ର ଜ୍ଞାନ !
ଗୀତା ଭାଗବତ ମହତ୍ତ୍ଵ ସମାଜେ
ଧର୍ମ ସନାତନ ଗ୍ରନ୍ଥ,
ଜ୍ଞାନ ଓ ବିଜ୍ଞାନ ଶିକ୍ଷା ଦିଏ କବି
ଅନ୍ୟାୟ ହୁଏଟି ଅନ୍ତ।
କାହିଁ ସ୍ବାର୍ଥଭାବ ସମାଜ ନିର୍ମାଣେ ?
ରହେ କର୍ମେ ଅନୁକ୍ଷଣ,
କାହିଁ ତା ଆଦର ଆଜିର ସମାଜେ
ନ ମିଳେ ମାନ ସମ୍ମାନ ?
