STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଘର ଘର ତ୍ରିରଙ୍ଗା !

ଘର ଘର ତ୍ରିରଙ୍ଗା !

1 min
16

                      


       ଅଜିତ କୁମାର ରାଉତ ଗାଁ କଳାବାଡିଆ


          ଝଗଡ଼ି !....ମାତ୍ର ବୃତ୍ତେ


ଧନ୍ୟ ମୁଁ। ଜନମ, ଏ ଭାରତେ

        

       ଅମୃତର କାଳ ଦିଶେ ସାକ୍ଷାତେ।।ପଦ।।


ପନ୍ଦର  ଅଗଷ୍ଟ ସ୍ବାଧୀନ ପର୍ବ


ନୂଆ ଭାରତର ଅସ୍ମିତା ଗର୍ବ


ବିକଶିତ ଆଜି ସବୁତ କ୍ଷେତ୍ର 


ତ୍ରିରଙ୍ଗା ଘରେ ଗର୍ବିତ ଚିତ୍ର।। ଧନ୍ୟ ମୁଁ..........(୧)


ଉଡୁଛି ସୁନାମ ବିଶ୍ଵରେ ସାରା


ଆତ୍ମନିର୍ଭର ହୋଇଛେ ପରା


ନୂଆ ଆବିଷ୍କାର ରାଷ୍ଟ୍ର କରୁଛି


ରାଷ୍ଟ୍ର ଇତିହାସ ନୂଆ ଲେଖୁଛି।। ଧନ୍ୟ ମୁଁ..........(୨)


ସ୍ବାଧୀନ ପାଇଁ କେତେ ବଳିଦାନ


ଶ୍ରଦ୍ଧାଞ୍ଜଳି  ଆମ୍ଭ ତାଙ୍କ ଚରଣ


ଜନନୀ ପାଇଁ ଦେଲେରେ ପ୍ରାଣ


ତାଙ୍କରି ସ୍ମୃତିର ପବିତ୍ର ଦିନ।। ଧନ୍ୟ ମୁଁ.........(୩)


ପନ୍ଦର  ଅଗଷ୍ଟ  ଆସୁଛି ବନ୍ଧୁ


ତ୍ରିରଙ୍ଗା ଅସ୍ମିତା ହୃଦୟ ଇନ୍ଦୁ


ଉଡଇ ଆକାଶେ ସେ ଫରଫର


ଦେଶର ଏ ଧ୍ଵଜ ପ୍ରୀୟ ଆମ୍ଭର ।। ଧନ୍ୟ ମୁଁ...........(୪)


ନୀଳ ଆକାଶରେ ଆନନ୍ଦେ ଉଡେ


ଦେଶ ଜନ ମାନ ବୀରତ୍ବ ବଢେ


ଜନ ଗନ ମନ ସ୍ବର  ଲହରୀ


ବନ୍ଦେ ମାତରଂ ର ଉତ୍ସାହ ଭରି ।। ଧନ୍ୟ ମୁଁ.........(୫)


ଚହଳ ଗହଳ ଦେଶରେ ସାରା 


ସ୍ବତନ୍ତ୍ର  ପରବ ଅଗଷ୍ଟ ପରା


ବୀର ସୈନିକଙ୍କ ଶୁଭେ ଗର୍ଜନ 


ନୂଆ ଅସ୍ତ୍ର ଶସ୍ତ୍ରେ ହୋଇ ଭୂଷଣ।। ଧନ୍ୟ ମୁଁ..........(୬)


ଲାଲ୍ ଦୁର୍ଗ ରୁ ଦେଖିବ ଦୁନିଆ


ବୀରତ୍ୱକୁ ଦେଖି ହେବ ଛାନିଆ


ଓଜସ୍ବୀ ପ୍ରଧାନ ମନ୍ତ୍ରୀ ଆହ୍ବାନ


ବଢାଇବେ ଆମ୍ଭ ଦେଶ ସମ୍ମାନ ।। ଧନ୍ୟ ମୁଁ..........(୭)


ଶୁଭାରମ୍ଭ ହେଲା ଆଜି ଠାରରୁ


ଉତ୍ତୋଳନ ହୁଏ ସବୁ ଘରରୁ


ଅମୃତ ମହୋତ୍ସବ ଶୁଭାରମ୍ଭ


ତ୍ରିରଙ୍ଗା ତୋଳନ ହେଲା ଆରମ୍ଭ।।ଧନ୍ୟ ମୁଁ........(୮)


ସଭାପତି ଉତ୍କଳ ସମ୍ମିଳନୀ ଷଢେ଼ଇକଳା ଖରସୁଆଁ ଜିଲ୍ଲାର

ରାଜନଗର ବ୍ଳକ ଶାଖା ଝାଡ଼ଖଣ୍ଡ ରାଜ୍ୟ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract