STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

"ହେ ଗାନ୍ଧୀ ତୁମେ"

"ହେ ଗାନ୍ଧୀ ତୁମେ"

1 min
272


   ହେ ଗାନ୍ଧୀ ତୁମେ ଦିଅ ଆଶିଷ

    ଶାନ୍ତି, ମୈତ୍ରୀ ଓ ଏକତା ବନ୍ଧନେ

    ବାନ୍ଧି ହୋଇ ରହିଥାଉ ଏ ବିଶ୍ଵ ।


   ଜାତି, ଜାତୀୟତା ମଧ୍ୟେ

    ନ ଉପୁଜୁ ଦ୍ଵନ୍ଦ ତର୍କ ବିତର୍କ

   ଯୁଦ୍ଧ, ହିଂସା, ଈର୍ଷା

   ପ୍ରଗତି ପଥେ ନ ହେଉ ପ୍ରତିବନ୍ଧକ ।


   ତୁମ ଦର୍ଶନ ତୁମ ବିଚାର

    ସଭିଏଁ କରନ୍ତୁ ତା'ର ଆଦର

   ତୁମ ଆଦର୍ଶରେ ସଭିଏଁ 

    ହୁଅନ୍ତୁ ଅନୁପ୍ରାଣିତ

   ବିଶ୍ଵ ଜନନୀ ପାଇଁ

    ସବୁ ଜାତି ସବୁ ଦେଶ ସାଜନ୍ତୁ ମିତ ।


   ଧର୍ମ ନାମେ ଜାତି ନାମେ 

    ନ ଘଟୁ ସଂଘର୍ଷ

  ଏତିକି ବାପୁ ହେ ଆମକୁ ଦିଅ ଆଶିଷ

   ସମତା ମମତା ସାମ୍ୟତାରେ

   ରଖି ବିଶ୍ଵାସ ବଞ୍ଚୁ ଆମର ଏ ଜାତି ମଣିଷ ।


  ହେ ଗାନ୍ଧୀ ତୁମ ନୀତି ଆଦର୍ଶ

  ଆଣୁ ଏ ବିଶ୍ଵେ ଶାନ୍ତି, ମୈତ୍ରୀ ଓ ହର୍ଷ

   ତୁମରି ବିଚାର ତୁମ ବେଭାର

   ସମ୍ଭାଳି ରଖୁ ଏ ବିଶ୍ଵ ଭାର ।


   ତୁମ, ଶାନ୍ତି, ସତ୍ୟ, ଧର୍ମ,

    ଅହିଂସା ର ପଥ

   ମଣିଷ ଜାତିକୁ ଦେଖାଉ ପଥ

   ହେ ଗାନ୍ଧୀ ତୁମ ବାଣୀ ତୁମ ଆଦର୍ଶ

     ମାନବ କୁ ସଜାଇ ଦେଉ ହେ ଦେବ

   ହେ ଗାନ୍ଧୀ ତୁମେ ମାନବ ନୁହଁ ମହା ମାନବ

   ଜାତିର ପିତା ଜାତିର ଜନକ ବୋଲି

    ଚିର କାଳ ପାଇଁ ମନେ ରଖିବ ଭବ

   ତୁମ ତ୍ୟାଗ ତୁମ ଦର୍ଶନ ପାଇଁ

     ତୁମେ ଯୁଗେ ଯୁଗେ ଅମର ରହିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract