ଦୀପାବଳି
ଦୀପାବଳି
କାର୍ତ୍ତିକ ମାସର ଅମାବାସ୍ୟା ଆସେ
ଦୀପାବଳି ପର୍ବ ନେଇ
ଆସିବା ଆଗରୁ ଘରଦ୍ବାର ସବୁ
ସଫାସୁତୁରା ହୁଅଇ ।
ଦୀପାବଳି ପର୍ବ ଦିଦିନ ଆଗରୁ
ଧନ ତ୍ରୟୋଦଶୀ ଆସେ
ଧନତେରସ ବୋଲି କହନ୍ତି ତାକୁ
ଆସି ସେ ଧନ ବରଷେ ।
ସୁନା ରୂପା ଧାତୁ ବାସନ କୁସନ
ଝାଡୁ କିଣା କିଣି ହୁଏ
ଖାଦ୍ୟଶସ୍ଯ କିଛି କିଣା କିଣି କରି
ଘରେ ତା ସାଇତା ହୁଏ ।
ଚାରିମୁହାଁ ଦୀପ ତିନିଦିନ ଜଳେ
ଯମରାଜଙ୍କର ପାଇଁ
ରାଶିତେଲ ଦେଇ ଦକ୍ଷିଣ ଦିଗରେ
ଏ ଦୀପଦାନ ହୁଅଇ ।
ନରକ ଚତୁର୍ଦ୍ଦଶୀ ତା ପରଦିନ
ଅମବାସ୍ୟା ତାହାପରେ
ସଞ୍ଜ ନଇଁ ଗଲେ ଦୀପଦାନ ଶ୍ରାଦ୍ଧ
ହୋଇଥାଏ ଘରେ ଘରେ।
ବଡ ବଡିଆଙ୍କୁ ଆଲୋକର ବତୀ
ଆକାଶେ ଟେକି ଦେଖାଇ
ବିଦାୟ ଦିଅନ୍ତି ପୁରଜନମାନେ
ଆଲୋକ ହୁଳା ଦେଖାଇ ।
ଦେଢ ମାସ ତଳୁ ଆଶ୍ୱିନ ମାସରୁ
ଆସିଥିଲେ ପିତୃଗଣ
ଫେରିଲେ ସରବେ ଦୀପାବଳିଦିନ
ପାଇ ଶ୍ରାଦ୍ଧ ତରପଣ ।
ପିଠା ମିଠା ଆଉ ଆଲୋକ ପରବ
ନେଇ ଆସେ ଦୀପାବଳି
ସଭିଏଁ ହୁଅନ୍ତି ହରଷ ମନରେ
ଜାଳନ୍ତି ଦୀପ ଆବଳି।
ଅନ୍ଧକାର ନାଶେ ଆଲୋକ ପରବ
ମନରେ ଆଣେ ଉଲ୍ଲାସ
ସଂସ୍କୃତି ଆମର ସଂରକ୍ଷଣ କରି
ଦୀପଦାନ ଦେବା ଆସ ।
