ଅଂଶୁଘାତ
ଅଂଶୁଘାତ


ବଇଶାଖ ଜ୍ୟେଷ୍ଠ ଏଇ ଦୁଇ ମାସ
ଗ୍ରୀଷ୍ମ ଋତୁ ଥାଏ ହୋଇ ।
ରୌଦ୍ର ତାପ ବଢେ ପ୍ରଚଣ୍ଡ ରୌଦ୍ରରେ
ଅଂଶୁଘାତ ହୋଇଥାଇ ॥୧॥
ସୂର୍ଯ୍ୟନାରାୟଣ ପ୍ରଖର କିରଣ
ଢାଳନ୍ତି ପୃଥିବୀ ପରେ ।
ଅସହ୍ଯ ଜାଳରେ ଜଳଇ ପୃଥିବୀ
ଘରୁ କେ ବାହାରି ପାରେ ॥୨॥
ଜଳୀୟ ଅଂଶ ଶରୀରରୁ କମଇ
ଦୁର୍ବଳ ହୁଏ ଶରୀର ।
ଅମାନିଆ ହୋଇ ବାହାରକୁ ଗଲେ
ଅଂଶୁଘାତର ଶିକାର ॥୩॥
ପରିଶ୍ରମ ଯଦି ଖରାରେ କରିବ
ପେଟ ଯଦି ଥିବ ଖାଲି ।
ଅଂଶୁଘାତ ହେବ ଖରାରେ ଗ୍ରୀଷ୍ମ
ପ୍ରବାହେ ଯିବ ଯଦି ଚାଲି ॥୪॥
ପ୍ରତିହତ ଅଂଶୁଘାତକୁ କରିବା
ଟିକିଏ ସତର୍କ ହେବା ।
n style="color: rgb(0, 0, 0);">ଆବଶ୍ୟକ ଯଦି ନିହାତି ପଡିବ ବାହାରକୁ ବାହାରିବା ॥୫॥ ଛତା ଯୋତା ପାଣି ବୋତଲ ଧରିବା ପେଟ ଖାଲି ନରଖିବା । ଓ ଆର୍ ଏସ୍ ଲୁଣ ଚିନି ପାଣି ପଇଡପାଣି ପିଇବା ॥୬॥ ପଖାଳ ଭାତଟି ଖରାକୁ ବଢିଆ ପଖାଳ ଭାତ ଖାଇବା। ଓଦା ଗାମୁଛାକୁ ମୁଣ୍ଡରେ ପକାଇ ଘରୁ ଆମେ ବାହାରିବା ॥୭॥ ଗଛ ତ କାଟିଲେ କଂକ୍ରିଟ ସହର ଗଢିଲେ ଯତନ କରି । ସୂର୍ଯ୍ୟଙ୍କର ତାପ ଅସହ୍ଯ ହେଉଛି ଅଂଶୁଘାତ ହୁଏ ଭାରି ॥୮॥ ନିଜେ ଆମେ ସବୁ ସାବଧାନ ରହି ଅନ୍ୟକୁ ବି ଜଣାଇବା । ଯେତେ ରୌଦ୍ର ତାପ ହେଉ ପଛେ ଅଂଶୁଘାତକୁ ରୋକି ପାରିବା ॥୯॥