ଶୀତ
ଶୀତ


ବାର ମାସରେ ବରଷ ପୂରେ
ଦି ମାସେ ଏକ ଋତୁ ।
ବରଷକରେ ଭୋଗ ହୁଅଇ
ସଦା ଛଅଟି ଋତୁ ॥
ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ
ଶୀତ ଆଉ ବସନ୍ତ ।
ଛଅ ଋତୁ ଏ ଗୋଟିଏ ପରେ
ଆସେ ଗୋଟିଏ ସେତ ॥
ହେମନ୍ତ ଅନ୍ତେ ଆସଇ ଶୀତ
ଋତୁ ଏଇ ଧରାରେ ।
ପୌଷ ମାଘ ଏ ଦୁଇଟି ମାସ
ଗଣା ଶୀତ ଋତୁରେ ॥
ଆସିଲେ ଶୀତ ଲାଗଇ ଥଣ୍ଡା
ଥରେ ଆମର ଦେହ ।
ଶୀତ ପୋଷାକ ପରିଧାନରେ
ଆରାମ ଲାଗେ ଦେହ ॥
ନିଆଁ ପୁଆଁଇ ଗରମ ରଖେ
କେହି ଦେହଟି ତାର ।
ଶୀତ ଦିନିଆ ଶୀତଳ ବାଆ
ଶ୍ଳେଷ୍ମା କଫର ଘର ॥
ମଠ ନକରି ବିଲରୁ ଚାଷୀ
ସାରଇ ଧାନକଟା ।
ବେଙ୍ଗେଳା କରି ସାଇତେ ଘରେ
ଖାଇବ ବରଷଟା ॥
ଶୀତ ଋତୁର
େ ପୁଷ ମାସରେ
ଆସେ ଦାଣ୍ଡ ପହଁରା ।
ବଉଳ ଅମାବାସିଆ ଆସେ
ତାହାର ପରେ ପରା ॥
ଶାମ୍ବ ଦଶମୀ ପୌଷ ପୂର୍ଣ୍ଣମୀ
ଧନୁ ସଂକ୍ରାନ୍ତି ଆସେ ।
ମାଘେ ରଟନ୍ତି ଚତୁର୍ଦ୍ଦଶୀ ତ୍ରିବେଣୀ
ଅମାସ୍ୟା ଆସେ ॥
ଶ୍ରୀପଞ୍ଚମୀ ଭୀଷ୍ମାଷ୍ଟମୀ ପରେ
ମକର ସଙ୍କରାନ୍ତି ।
ମାଘ ପୂର୍ଣ୍ଣମୀ ଅଗ୍ନିଉତ୍ସବ
ଗ୍ରାମେ ଗ୍ରାମେ କରନ୍ତି ॥
ଶୀତ ଋତୁଟି ଭାରି ବଢିଆ
ଶୀତ ଆମର ମିତ ।
ବେଶୀ ଖରା କି ବରଷା ନାହିଁ
ଦେହକୁ ଆମ ହିତ ॥
ବଣଭୋଜିରେ ବା ଭ୍ରମଣରେ
ଯିବାକୁ ଲାଗେ ଭଲ ।
ଶୀତ ଦିନିଆ ପନିପରିବା
ଦେହକୁ ଭାରି ଭଲ ॥
ଫୁଲ ଫଳର ସମ୍ଭାର ଘେନି
ହସେ ଧରଣୀ ରାଣୀ ।
ଶୀତ ଦିନର କଥା ଶୁଣିଲ
ଦେଲି ଯାହା ବଖାଣି ॥