STORYMIRROR

Mahendra Kumar Swain

Inspirational

4  

Mahendra Kumar Swain

Inspirational

ମାତା ସୀତା

ମାତା ସୀତା

4 mins
86

ବିଦେହ ରାଜ୍ୟ ର ରାଜ କୁମାରୀ

ଜାନକୀ ଯେ ଅଟେ ନାମ ତାଙ୍କରି

ମାତା ଲକ୍ଷ୍ମୀ ଙ୍କର ଅଂଶ ରୁ ଜାତ

ସବୁ ଯୁଗେ ମାତା ହୋନ୍ତି ପୂଜିତ


ମାଟି ତଳୁ ମାତା ଜନମ ହେଲେ

ଜନକ ନନ୍ଦିନୀ ନାମେ ରହିଲେ

ବିବାହ ବୟସ ହୋଇଲା ଯେବେ

ରାଜା କରାଇଲେ ସ୍ୱୟଂବର ଯେ


ଶିବ ଧନୁ ରେ ଯେ ଗୁଣ ଭରିବ

ସୀତା ଙ୍କୁ ସେ ରାଜା ବିଭା ହୋଇବ

ପ୍ରଭୁ ରାମଚନ୍ଦ୍ର ଧନୁ ଭାଙ୍ଗିଲେ

ମାତା ସୀତାଙ୍କୁ ସେ ବରଣ କଲେ


ପିତା ଙ୍କର ସତ୍ୟ ପାଳନ ପାଇଁ

ରାମ ସହ ଗଲେ ବନ କୁ ଧାଇଁ

ରାମ ଲକ୍ଷଣ ସୀତା ବନ କୁ ଗଲେ

ଚିତ୍ରକୁଟ ବନେ ପ୍ରବେଶ କଲେ


ବିଧିର ବିଧାନ ଅଲଗା ଥିଲା

ଅସୁର ରାବଣ ପ୍ରବେଶ କଲା

ମାରିଚ ଅସୁର ମୃଗ ହୋଇଲା

ସୀତା ଙ୍କର ଦେଖି ଲୋଭ ହୋଇଲା


ମୃଗ ପଛେ ପ୍ରଭୁ ଗଲେ ବାହାରି

ରାବଣ ଯେ ନେଲା ସୀତା ଙ୍କୁ ହରି

ଜଟାୟୁ ଙ୍କୁ ମାରି ରାବଣ ଗଲା

ଲଙ୍କା ପୁରେ ମାତା ସୀତାଙ୍କୁ ନେଲା


ଅସୁର ରାବଣ ସୀତା ଙ୍କୁ ନେଇ

ଅଶୋକ ବନ ରେ ରଖିଲା ଯାଇ

ରାମ ସୁଗ୍ରୀବ ଙ୍କ ମିତ୍ରତା ହେଲା

ସମୁଦ୍ର ମଧ୍ୟରେ ସେତୁ ହୋଇଲା


ଯୁଦ୍ଧ ଆରମ୍ଭିଲେ ପ୍ରଭୂ ଶ୍ରୀରାମ

ବାନର ସେନା ଙ୍କ ସାଥିରେ ରାମ

ରାବଣ ସମେତ ବଂଶ କୁ ତାର

ବିନାଶ କରିଲେ ପ୍ରଭୁ ତାହାର


ସୀତା ମାତା ଦେଲେ ଅଗ୍ନି ପରୀକ୍ଷା

ସତୀତ୍ୱ ର ଦେଲେ ମାତା ପରୀକ୍ଷା

ମାତା ସୀତାଙ୍କ ର କିଛି ନହେଲା

ଚାରି ଯୁଗେ ତାଙ୍କ ନାମ ରହିଲା


ଜୀବନରେ ତାଙ୍କ ସୁଖ ନଥିଲା

ସବୁ କଷ୍ଟ ତାଙ୍କୁ ବିଧାତା ଦେଲା

ଅଯୋଧ୍ୟା କୁ ମାତା ଆସିଲା ପରେ

ଦୁଃଖ ଆସିଗଲା ଯେ ଜୀବନରେ


ପ୍ରଜାଙ୍କର କଥା ସହି ନପାରି

ବନ କୁ ମାତା ଯେ ଗଲେ ବାହାରି

କେତେ କଷ୍ଟ ତାଙ୍କୁ ଦେଲା ବିଧାତା

ସବୁ ଦୁଃଖ କଷ୍ଟ ସହିଲେ ମାତା


ବାଲ୍ମୀକି ଋଷି ଙ୍କ ଅଶ୍ରାମେ ରହି

ସବୁ ଦୁଃଖ କଷ୍ଟ ଗଲେ ଯେ ସହି

ଲବ କୁଶ ଦୁଇ ପୁତ୍ର ଯେ ହେଲା

ମହାରାଣୀ ହୋଇ ବନେ ରହିଲା


ଜୀବନରେ ତାଙ୍କ ସୁଖ ନଥିଲା

କେମିତି ଦଇବ ଦୁଃଖ ଲେଖିଲା

ଯେଉଁ ହାତେ ପୁଷ୍ପ ଧରିବା କଥା

ସେହି ହାତ ଆଜି ସହୁଛି ବ୍ୟଥା


ଜନକ ରାଜା ଙ୍କ ପ୍ରିୟ ନନ୍ଦିନୀ

ଭାଗ୍ୟ କଲା ତାକୁ କି ହୀନିମାନି

ସବୁବେଳେ ସ୍ମରୁଥିଲେ ରାମଙ୍କୁ

ଝୁରୁଥିଲେ ମାତା ସର୍ବଦା ତାଙ୍କୁ


ମାତା ଥିଲେ ଗଙ୍ଗା ଠାରୁ ପବିତ୍ର

ହିନ ପ୍ରଜା ମନେ କଲେ ଅହିତ

କହିଲେ ଦିଅ ହେ ସତୀ ପରୀକ୍ଷା

ଆମ ଆଗେ ଦିଅ ତୁମେ ପରିକ୍ଷା


ମାତା ସୀତା ଆଉ ସହି ନପାରି

ଆବାହନ କଲେ ମାତା ତାଙ୍କରି

ପୃଥିବି ମାତା ହେ ଆସ ଏଠାକୁ

ସତୀ ଜଦି ମତେ ନିଅ ପାଖକୁ


ଧରଣୀ ହୋଇଲା ଦୁଇ ଯେ ଫାଳ

ସୀତା ଙ୍କୁ ନେଇଣ ଗଲା ଯେ ତଳ

ନିଷ୍କଳଙ୍କ ଥିଲେ ମାତା ଜାନକୀ

ଧରଣୀ ମା ସହ ଗଲେ ଜାନକୀ


ନାରୀ ଜାତି ପାଇଁ ମା ଚିର ନାମସ୍ୟ

ସନ୍ତାନ ଉପରେ ରଖ ଆଶିଷ

ମାତା ସୀତା ଙ୍କୁ ମୁ କରେ ପ୍ରଣାମ

ସଦା ନେଉଥିବୀ ତୁମରି ନାମ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational