Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mahendra Kumar Swain

Inspirational

3  

Mahendra Kumar Swain

Inspirational

ରାମ ଲକ୍ଷ୍ମଣଙ୍କ ନାଗ ଫାଶ ବନ୍ଧନ

ରାମ ଲକ୍ଷ୍ମଣଙ୍କ ନାଗ ଫାଶ ବନ୍ଧନ

6 mins
117


ସମୁଦ୍ର ଉପରେ ସେତୁବନ୍ଧ ବାନ୍ଧି

ଲଙ୍କା ପୁରୀ ଯାଇଥିଲେ

ପ୍ରଭୁଙ୍କ ସାଥିରେ ବାନର ମାନେ ତ

ଲଙ୍କା ପୁରେ ପହଁଞ୍ଚୀଲେ


ଅସୁର ବାନର ଦୁହିଁଙ୍କର ମଧ୍ୟେ

ଯୁଦ୍ଧ ଯେ ଆରମ୍ଭ ହେଲା

ଅଧର୍ମ ବିରୁଧେ ପ୍ରଭୁଙ୍କର ସେନା

ବିଶାଳ ଯୁଦ୍ଧ ଯେ କଲା


ଗୋଟେ ପରେ ଗୋଟେ ବିଶାଳ ଅସୁର

ପ୍ରଭୁ ବାଣେ ମରୁଥିଲେ

ପ୍ରଭୁଙ୍କ ହାତରେ ମରି କରି ସର୍ବେ

ସ୍ୱର୍ଗ ପ୍ରାପ୍ତି ପାଉଥିଲେ


ରାବଣ ର ପୁତ୍ର ଇନ୍ଦ୍ରଜିତ ଆସି

ଯୁଦ୍ଧ ସ୍ଥାନେ ପହଞ୍ଚିଲା

ନାନା ପ୍ରକାରର ମାୟା କରିଣ ସେ

ବିନାଶ ଯେ କରୁଥିଲା


ବାନର ସେନାଙ୍କୁ ଗୋଟି ଗୋଟି କରି

ହତ୍ୟା ସିଏ କରୁଥିଲା

ସୁଗ୍ରୀବଙ୍କ ପରି ମହା ଯୋଦ୍ଧାଙ୍କୁ ସେ

ପରାସ୍ତ ଯେ କରିଦେଲା


ଲକ୍ଷ୍ମଣଙ୍କ ସହ ଯୁଦ୍ଧ ପାଇଁ ସିଏ

ବାରମ୍ବାର କହୁଥିଲା

ଜଣ ଜଣ କରି ବୀର ଯୋଦ୍ଧା ଙ୍କୁ ସେ

ପରାସ୍ତ ଯେ କରୁଥିଲା


ଲକ୍ଷ୍ମଣ ଯେ ଶୁଣି ସହି ପାରିଲେନି

ରାଗରେ ତ ଜଳୁଥିଲେ

ପ୍ରଭୁ ରାମଚନ୍ଦ୍ର କୃପାଳୁ ନିଧାନ

ଲକ୍ଷ୍ମଣ ଙ୍କୁ ବୁଝାଇଲେ


ଶୁଣ ହେ ଅନୁଜ ଯୁଦ୍ଧ ସମୟରେ

ଶାନ୍ତ ଚିତ ରେ ହେ ରୁହ

ତୁମରି ଉପରେ ଭରସା ମୋ ଅଛି

ଯୁଦ୍ଧ ପାଇଁ ତୁମେ ଯାଅ


ପ୍ରଭୁଙ୍କ ଠାରୁ ଯେ ଆଶ୍ରିବାଦ ନେଇ

ଲକ୍ଷ୍ମଣ ଯେ ବାହାରିଲେ

ଇନ୍ଦ୍ରଜିତ ଆଗେ ଯୁଦ୍ଧଭୁମି ରେ ଯେ

ଉପସ୍ଥିତ ହୋଇଗଲେ


ଦୁଇ ଯୋଦ୍ଧା ମଧ୍ୟେ ଯୁଦ୍ଧ ଚାଲିଥାଏ

ଗଗନ ଯେ ଥରୁଥାଏ

ମାୟାବୀ ରାକ୍ଷସ ଲକ୍ଷ୍ମଣଙ୍କ ସହ

ମାୟା ଯୁଦ୍ଧ କରୁଥାଏ


ବିଭିଷଣ ଆସି କହିଲେ ପ୍ରଭୁଙ୍କୁ

ଆହେ ପ୍ରଭୁ ତୁମେ ଶୁଣ

ମାୟାବୀ ରାକ୍ଷସ ଅଦୃଶ୍ୟ ଯୁଦ୍ଧ ଯେ

କରି ପାରିବ ହେ ପୁଣ


ଲକ୍ଷ୍ମଣଙ୍କ ସାଥେ ଘୋର ଯୁଦ୍ଧ ଏବେ

ମେଘନାଦ କରୁଅଛି

ତାଙ୍କୁ ସାହାଯ୍ୟ ଯେ କରି ଯିବାପାଇଁ

ତୁମକୁ ହେ କହୁଅଛି


ବଡ଼ ମାୟାବୀ ସେ ରାବଣ କୁମାର

ଅଦୃଶ୍ୟ ଯୁଦ୍ଧ ଜାଣିଛି

ଇନ୍ଦ୍ର କୁ ପରାସ୍ତ କରି ସିଏ ନାମ

ଇନ୍ଦ୍ରଜିତ ପାଇଅଛି


ବାହାରି ଯେ ଗଲେ ଲକ୍ଷ୍ମଣଙ୍କ ପାଖେ

ଯୁଦ୍ଧ ଯେ ଆରମ୍ଭ କଲେ

ଇନ୍ଦ୍ରଜିତ ସାଥେ ପ୍ରଭୁ ଶ୍ରୀରାମ ଯେ

ଯୁଦ୍ଧ ଯେ ଆରମ୍ଭ କଲେ


ଦୁଇ ଭାଇ ସାଥେ ମାୟାବୀ ରାକ୍ଷସ

ମାୟା ଯୁଦ୍ଧ କରୁଥାଏ

ଅଦୃଶ୍ୟ ହୋଇଣ ପ୍ରଭୁଙ୍କ ଆଡକୁ

ବାଣ ସେ ପଠାଉଥାଏ


ଅଦୃଶ୍ୟ ବିଦ୍ୟା ରେ ଯୁଦ୍ଧ କରୁଥିଲା

ନାଗ ଫାଶ ଛାଡିଦେଲା

ରାମ ଲକ୍ଷ୍ମଣଙ୍କ ଦୁଇ ଭାଇଙ୍କ ଯେ

ନାଗ ଫାଶେ ବାନ୍ଧିଦେଲା


ରାମ ଲକ୍ଷ୍ମଣ ଯେ ବେହୋସ ହୋଇଣ

ଭୂମି ରେ ଯେ ପଡିଗଲେ

ଆସ୍ତେ ଆସ୍ତେ କରି ସର୍ପ ମାନେ ସବୁ

ପ୍ରଭୁଙ୍କୁ ବାନ୍ଧିଣ ଦେଲେ


ସଭିଙ୍କ ମଧ୍ୟରେ ଭାଳେଣି ପଡିଲା

କିଏ ଯେ ରକ୍ଷା କରିବ

ରାମ ଲକ୍ଷ୍ମଣଙ୍କୁ ନାଗ ଫାଶରୁ ଯେ

କିଏ ସେ ମୁକ୍ତି କରିବ


କାନ୍ଦୁଥାନ୍ତି ବସି ବୀର ଯୋଦ୍ଧା ମାନେ

ଉପାୟ ଯେ ଭାବୁଥାନ୍ତି

ପ୍ରଭୁଙ୍କୁ କେମିତି ରକ୍ଷା ଯେ କରିବେ

ସେ କଥା ଯେ କହୁଥାନ୍ତି


କୂଳଦ୍ରୋହୀ ବୋଲି କୁହାଯିବି ବୋଲି

ବିଭିଷଣ କହୁଥାନ୍ତି

ରାବଣ ର ଗର୍ବ ବଢିଯିବ ବୋଲି

ବିଭୀଷଣ ଭାବୁଥାନ୍ତି


ସୁଗ୍ରୀବ କହିଲେ ଶୁଣ ଆହେ ମିତ୍ର

କାନ୍ଦିବାର ବେଳ ନୁହଁ

ପ୍ରଭୁଙ୍କୁ କେମିତି ରକ୍ଷା ଯେ କରିବା

ଉପାୟ ହେ କିଛି କୁହ


ଲଙ୍କା ରେ ଖୁସି ପାଳନ ଯେ ହୁଏ

ଇନ୍ଦ୍ରଜିତ ଜିତିବାର

ରାବଣ ଗର୍ବରେ କୋଳାଗ୍ରତ କରେ

ବୀର ପୁତ୍ରକୁ ଯେ ତାର


ତୁମ ଭଳି ପୁତ୍ର ପାଇକରି ଆଜି

ମନେ ଗର୍ବ ଆସୁଅଛି

ଜିତିବାର ମାର୍ଗ ମତେ ଆଜି ପୁତ୍ର

ସଫା ପୁରା ଦିଶୁଅଛି


ମାତା ସୀତାଙ୍କୁ ଯେ ତ୍ରିଜଟା କହିଲେ

ଦୁଇ ଭାଇଙ୍କର କଥା

ଶୁଣି କରି ମାତା କାନ୍ଦୁଥାନ୍ତି ଖାଲି

ମିଳୁଛି ଯେ ଖାଲି ବ୍ୟଥା


ମାତା ତ୍ରିଜଟା ଯେ ବୁଝାଇ କହିଲେ

ତୁମେ ଜମା କାନ୍ଦ ନାହିଁ

ପ୍ରଭୁଙ୍କୁ ଡାକ ହେ ରକ୍ଷା ସେ କରିବେ

ଭାଙ୍ଗି ତୁମେ ପଡ଼ ନାହିଁ


ବୀର ଯୋଦ୍ଧା ଗଣ ବସି ଭାବୁଥାନ୍ତି

ସମୟ ଗଡି ଯାଉଛି

ନାଗ ଫାଶେ ପଡି ପ୍ରଭୁଙ୍କ ଶରୀର

କ୍ଷୀଣ ହୋଇ ଯାଉଅଛି


କହିଲେ ଅଙ୍ଗଦ ସମସ୍ତେ ଅଛନ୍ତି

ହନୁମାନ କାହିଁ ଗଲେ

ପ୍ରଭୁ ରାମଙ୍କର ପ୍ରିୟ ସେବକ ସେ

କେଉଁ ଆଡେ ଚାଲିଗଲେ


ପ୍ରଭୁ ହନୁମାନ ନାରଦ ସଙ୍ଗତେ

ସ୍ୱର୍ଗ ପୁରେ ଯାଇଥିଲେ

ଗରୁଡ଼ଙ୍କୁ ଯାଇ ଯାଇ ମାରୁତି ନନ୍ଦନ

ସମସ୍ତ କଥା କହିଲେ


ଗରୁଡ଼ କହିଲେ ପ୍ରଭୁ ଆଜ୍ଞା ବିନା

କେମିତି ଯେ ଯିବି କୁହ

ଲୀଳମୟ ସିଏ ତାଙ୍କ ଲୀଳା କିଏ

ବୁଝି କି ପାରିବ କୁହ


ନାରଦ କହିଲେ ଆହେ ପକ୍ଷୀ ଶ୍ରେଷ୍ଠ

ପ୍ରଭୁଙ୍କର ରକ୍ଷା କର

ଧର୍ମ ରକ୍ଷା ପାଇଁ ପୃଥିବୀରେ ପ୍ରଭୁ

ନେଇଛନ୍ତି ଅବତାର


ସବୁ କଥା ଶୁଣି ଗରୁଡ଼ କହିଲେ

ପ୍ରଭୁଙ୍କ ରକ୍ଷା କରିବି

ଶିଘ୍ର ଯାଇ କରି ନାଗ ଫାଶ ରୁ ମୁଁ

ମୁକ୍ତ ହେ ଆଜି କରିବି


ହନୁମାନ ସହ ଆସିଲେ ଗରୁଡ଼

ସବୁ ଯୋଦ୍ଧା ଦେଖୁଥିଲେ

ଗରୁଡ଼ ପହଞ୍ଚି ସବୁ ନାଗ ଙ୍କୁ ଯେ

ଖଣ୍ଡ ଖଣ୍ଡ କରିଦେଲେ


ରାମ ଲକ୍ଷ୍ମଣ ଯେ ନାଗ ଫାଶୁ ଉଠି

ଗରୁଡ଼ଙ୍କୁ କହୁଥିଲେ

ଆହେ ପକ୍ଷୀ ଶ୍ରେଷ୍ଠ ପ୍ରାଣମ କରୁଛି

ଧନ୍ୟବାଦ ତାଙ୍କୁ ଦେଲେ


ପ୍ରତ୍ୟକ୍ଷ ଭାବରେ ତୁମ ସହ ମୋର

ସମ୍ପର୍କ ଯେ କିଛି ନାହିଁ

ତାଥାପି ହେ ତୁମେ ରକ୍ଷା ମତେ କଲ

ତୁମକୁ ଭୁଲିବି ନାହିଁ


କହିଲେ ଗରୁଡ଼ ଆହେ ପ୍ରଭୁ ଶୁଣ

ତୁମେ ହିଁ ଜଗତକର୍ତା

ନିଜ ଧମେ ପ୍ରଭୁ ଆସିଲା ପରେ ହେ

ଜାଣିବ ବିଶ୍ଵବିଧାତା


ସମସ୍ତଙ୍କ ଠାରୁ ବିଦାୟ ନେଇଣ

ଗରୁଡ଼ ଯେ ଚାଲିଗଲେ

ଏହି ପରି ଭାବେ ରାମ ଲକ୍ଷ୍ମଣ ଯେ

ନାଗ ଫାଶୁ ମୁକ୍ତି ହେଲେ

ତୁଣ୍ଡେ ନେଇ କରି ରାମ ନାମ ନିତି

କବିତା ମୁଁ ଲେଖୁଥାଏ

ପ୍ରଭୁଙ୍କର କଥା ଯାହା ଜାଣିଥାଏ

ତାହା ମୁହିଁ ଲେଖିଯାଏ


କ୍ଷମା କରିବେ ହେ କୃପାଳୁ ନିଧାନ

ଭୁଲ କିଛି ଲେଖିଥିବି

ତୁମ ଲୀଳା କଥା କେଉଁଠାରେ ପ୍ରଭୁ

ଛାଡି କିଛି ଦେଇଥିବି 


Rate this content
Log in

Similar oriya poem from Inspirational