ରାମ କଥା
ରାମ କଥା
ଅଯୋଧ୍ୟାର ରାଜା ଥିଲେ ଦଶରଥ
ରାଜାଙ୍କ ମଉଡ଼ମଣି
କୌଶଲ୍ୟା କୈକେୟୀ ସୁମିତ୍ରା ଅଟନ୍ତି
ରାଜା ଙ୍କର ତିନି ରାଣୀ
ସନ୍ତାନ ନଥିଲେ ରାଜା ଙ୍କର ବୋଲି
ଥିଲା ମନେ ତାଙ୍କ ଦୁଃଖ
ସବୁ ଧନ ଧାନ୍ୟ ଥାଇ ପାଖରେ ତାଙ୍କ
ନଥିଲା ମନ ରେ ସୁଖ
ଗୁରୁଙ୍କ ପାଖକୁ ମହାରାଜା ଯାଇ
କହିଲେ ମନର କଥା
ଗୁରୁଙ୍କ ଆଗରେ କହିଗଲେ ରାଜା
ମନ ଭିତରର ବ୍ୟଥା
ରୁଷି ଙ୍କ ଆଜ୍ଞା ରେ ରାଜା ଦଶରଥ
ଆୟୋଜନ ସବୁକଲେ
ଲୋମପାଦ ଙ୍କୁ ଯେ ଆଣିବା ପାଇଁ କି
ଜରଦା କୁ ପଠାଇଲେ
ଲୋମପାଦ ଋଷି ଆସିଲେ ଅଯୋଧ୍ୟା
ଯଜ୍ଞ ଆୟୋଜନ କଲେ
ଯଜ୍ଞ ର ଚରୁ କୁ ଅଯୋଧ୍ୟା ନାଥଙ୍କ
ହାତରେ ପ୍ରଦାନ କଲେ
ତିନି ରାଣୀ ଙ୍କୁ ଯେ ବାଣ୍ଟିଣ ଯେ ରାଜା
ଚରୁ ପାଇବାକୁ ଦେଲେ
ତିନି ରାଣୀ ତାଙ୍କ ଅତି ଆଦରରେ
ଚରୁ କୁ ଗ୍ରହଣ କଲେ
ତିନି ରାଣୀଙ୍କର ଚାରି ପୁତ୍ର ହେଲେ
ରାଜା ଯେ ହୋଇଲେ ଖୁସି
ପ୍ରଜା ଙ୍କୁ ଖୁସିରେ ଦାନ ଦେଲେ ରାଜା
ହୋଇଲେ ଅତ୍ୟନ୍ତ ଖୁସି
କୌଶଲ୍ୟାଙ୍କ ଗର୍ଭୁ ରାମ ଜନ୍ମ ନେଲେ
ଭାରତ କୈକେୟୀ କୋଳେ
ଲକ୍ଷ୍ମଣ ଶତ୍ରୁଘ୍ନ ସୁମିତ୍ରାଙ୍କ ଠାରୁ
ଏପରି ଯେ ଜନ୍ମ ନେଲେ
ଚାରି ଭାଇ ଯେବେ ବଡ ଯେ ହୋଇଲେ
ଗୁରୁ କୁଳ କୁ ଯେ ଗଲେ
ଗୁରୁ କୂଳେ ଯାଇ ଶିକ୍ଷା ଶେଷ କରି
ରାଜ୍ୟ କୁ ଫେରି ଆସିଲେ
ଋଷି ବିଶ୍ଵାମିତ୍ର ରାମ ଲକ୍ଷ୍ମଣ ଙ୍କୁ
ସାଥେ ତାଙ୍କ ନେଇଥିଲେ
ତାଡକା କୁ ମାରି ଅହଲ୍ୟା ଉଧାରୀ
ଯଜ୍ଞ ରକ୍ଷା କରିଥିଲେ
ଜନକ ପୁରୀରେ ଶିବ ଧନୁ ଭାଙ୍ଗି
ସୀତା ଙ୍କୁ ବିବାହ କଲେ
ଜନକ ରାଜା ଙ୍କ ଚାରି କନ୍ୟା ସହ
ଚାରି ଭାଇ ବିଭା ହେଲେ
ଅଯୋଧ୍ୟା ରେ ଖୁସି ପୁରି ଯେ ଉଠିଲା
ରାମ ଆମ ରାଜା ହେବେ
ମନ୍ଥରା ବୁଦ୍ଧିରେ କୈକେୟୀ କହିଲେ
ଭାରତ ମୋ ରାଜା ହେବେ
ଦୁଇ ଗୋଟି ବର କୈକେୟୀ ମାଗିଲେ
ରାମ ବନବାସ ଗଲେ
ଚଉଦ ବରଷ ପାଇଁ ରାମଚନ୍ଦ୍ର
ବନ କୁ ଗମନ କଲେ
ନିଶାଦ ରାଜାଙ୍କ ସହ ଦେଖା ହୋଇ
ଗୃହ ରେ ତାଙ୍କ ରହିଲେ
କୈବର୍ତ କୁ ପ୍ରଭୁ ପାଦ ଧୋଇବାର
ସୁଯୋଗ ଯେ ଦେଇଥିଲେ
ବନବାସ ମଧ୍ୟେ ମୁନି ଋଷିଙ୍କର
ଆଶ୍ରାମ କୁ ଯାଇଥିଲେ
କେତେ ଭକ୍ତ ଙ୍କର ମନର ଇଚ୍ଛା କୁ
ପ୍ରଭୁ ପୁରା କରିଥିଲେ
ମାୟାବୀ ରାକ୍ଷସୀ ସୃପନଖା ଆସି
ବିବାହ ପ୍ରସ୍ତାବ ଦେଲା
ମାତା ଙ୍କୁ ମାରିବା ପାଇଁ ଗଲା ବେଳେ
ନାକ ତାର ଚ୍ଛେଦ ହେଲା
ଖର ଧୂଷଣ ଯେ ଭାଇ ତାର ମଲେ
ରାଗରେ ସେ ଜଳୁଥିଲା
ତ୍ରିଲୋକ ବିଜୟୀ ରାବଣ ତା ଭାଇ
ତାକୁ ଏହା କହିଦେଲା
ଶୁଣି ଯେ ରାବଣ ରାଗ ରେ ଆସି
ମାୟା ମୃଗ ପଠାଇଲା
ଋଷି ବେଶ ହୋଇ ମାତା ଜାନକୀ ଙ୍କୁ
ଚୋରୀ କରି ନେଇଗଲା
ପୁଷ୍ପକ ବିମାନେ ନେଇକରି ଯେବେ
ଆକାଶରେ ଯାଉଥିଲା
ମତାଙ୍କର ସ୍ବର ଜଟାୟୁ ଯେ ଶୁଣି
ସେଠାରେ ଯେ ଆସିଗଲା
ରାବଣ ସାଥିରେ ଯୁଦ୍ଧ ସେ କରିଲେ
ରାବଣ ଯେ ଯୁଦ୍ଧ କଲା
ଖଣ୍ଡା ରେ ତାହର ଜଟାୟୁ ଶରୀରୁ
ଡେଣା ଦୁଇ କଟିଦେଲା
ନେଇ କରି ସିଏ ମାତା ସୀତାଙ୍କୁ ଯେ
ଅଶୋକ ବନେ ରଖିଲା
ଚାରି ପାଖେ ତାଙ୍କ ରାକ୍ଷସୀ ମାନଙ୍କୁ
ଜଗିବାକୁ କହିଥିଲା
ସୀତାଙ୍କୁ ଖୋଜିଣ ରାମ ଲକ୍ଷ୍ମଣ ଯେ
ବନେ ବନେ ବୁଲୁଥିଲେ
ଜଟାୟୁ ପାଖରୁ ପ୍ରଭୁ ରାମଚନ୍ଦ୍ର
ସିତାଙ୍କ କଥା ଜାଣିଲେ
ଅନ୍ତିମ ସଂସ୍କାର କରିଣ ତାଙ୍କର
ବନ ମଧ୍ୟେ ଯାଉଥିଲେ
କବନ୍ଧକୁ ପ୍ରଭୁ ଉଦ୍ଧାର କରିକି
ଶବରୀ କଥା ଜାଣିଲେ
ଶବରୀ କୁଟିରେ ପ୍ରବେଶ ଯେ ହେଲେ
ଅଇଁଠା ଫଳ ଖାଇଲେ
ଭକ୍ତି ଜ୍ଞାନ କଥା ଶବରୀ କୁ ପ୍ରଭୁ
ସେହିଠାରେ କହିଥିଲେ
ରାମ ଲକ୍ଷ୍ମଣ ଙ୍କୁ ସୁଗ୍ରୀବ ବିଷୟେ
ଶବରୀ ଯେ କହିଥିଲେ
ସେଠାକୁ ଯିବାର ରାସ୍ତା କହି କରି
ସ୍ଵର୍ଗ କୁ ଗମନ କଲେ
ହନୁମାନ ସହ ପରିଚୟ ହେଲେ
ଋଷ୍ୟମୁଖେ ସର୍ବେ ଗଲେ
ସୁଗ୍ରୀବ ଙ୍କ ସହ ପ୍ରଭୁ ରାମଚନ୍ଦ୍ର
ମିତ୍ରତା ଯେ କରିଥିଲେ
ବାଳୀ କୁ ମାରିଣ ପ୍ରଭୁ ରାମଚନ୍ଦ୍ର
ସୁଗ୍ରୀବ ଙ୍କୁ ରାଜା କଲେ
ବାନର ସେନାଙ୍କ ସାହାଯ୍ୟ ଯେ ନେଇ
ସୀତାଙ୍କୁ ଯେ ଖୋଜୁଥିଲେ
ପୂର୍ବ ଶକ୍ତି କଥା ସ୍ମରଣ କରିଣ
ହନୁମାନ ଲଙ୍କା ଗଲେ
ଲଙ୍କିନୀ କୁ ମାରି ମାତା ସିତାଙ୍କୁ ଯେ
ପରିଚୟ ତାଙ୍କ ଦେଲେ
ବାଟିକା କୁ ହନୁ ଭାଙ୍ଗି ରୁଜି ଦେଲେ
ରାବଣ ପୁତ୍ର ମାରିଲେ
ବ୍ରହ୍ମ ସରେ ହନୁ ବନ୍ଧା ହୋଇ କରି
ରାବଣ ପାଖେ ଆସିଲେ
ଲାଙ୍ଗୁଡ ରେ ତାଙ୍କ ନିଆଁ ଯେ ଲଗାଇ
ହନୁଙ୍କୁ ଯେ ଛାଡିଦେଲେ
ପ୍ରଭୁ ହନୁମାନ ଲଙ୍କା ପୁରି କୁ ଯେ
ନିଆଁ ରେ ତ ଜାଳିଦେଲେ
ଫେରି ଆସି କରି ପ୍ରଭୁ ଙ୍କ ପାଖରେ
ସମସ୍ତ କଥା କହିଲେ
ଲଙ୍କା କୁ ଯିବାକୁ ସବୁ ଯୋଦ୍ଧା ମାନେ
ପ୍ରସ୍ତୁତ ଯେ ହେଉଥିଲେ
ନଳ ନୀଳ ଆଉ ବାନର ସାଥିରେ
ସେତୁ ବନ୍ଧ ହୋଇଗଲା
ଲଙ୍କା କୁ ଯିବାକୁ ସୁଗମ ବାଟ ଯେ
ତିଆରି ଯେ ହୋଇଗଲା
ରାବଣ ଠାରୁ ଯେ ଅପମାନ ପାଇ
ବିଭୀଷଣ ଆସିଥିଲେ
ରାବଣ ର ଭାଇ ପ୍ରଭୁଙ୍କ ସାଥିରେ
ମିତ୍ରତା ଯେ କରିଥିଲେ
ଘୋର ଯୁଦ୍ଧ ହେଲା ଅସୁରଙ୍କ ସହ
କେତେ ଯୋଦ୍ଧା ମରିଗଲେ
ରାବଣ ସାଥିରେ ବଂଶ କୁ ତାହାର
ପ୍ରଭୁ ଯେ ସମାପ୍ତ କଲେ
ବିଭୀଷଣ ଙ୍କୁ ଯେ ରାଜ କରି ଦେଇ
ସୀତାଙ୍କୁ ସେଠୁ ଆଣିଲେ
ଅଗ୍ନି ପରୀକ୍ଷା ଯେ ଦେଇ କରି ମାତା
ପ୍ରଭୁଙ୍କ ପାଖେ ଆସିଲେ
ପୁଷ୍ପକ ବିମାନେ ସଭିଏଁ ଯେ ଆସି
ଅଯୋଧ୍ୟା ରେ ପହଁଚିଲେ
ଅଯୋଧ୍ୟା ବାସୀ ଯେ ପ୍ରଭୁଙ୍କୁ ଆଦରେ
ପାଛୋଟି ଯେ ନେଇଗଲେ
ରାଜା ହେଲେ ପ୍ରଭୁ ଅଯୋଧ୍ୟା ରାଜ୍ୟର
ପ୍ରଜାଙ୍କ ସେବା କରିଲେ
ସିତାଙ୍କ ବିଷୟେ କେତେ କଥା ଶୁଣି
ସୀତାଙ୍କୁ ଯେ ଛାଡ଼ିଥିଲେ
ବାଲ୍ମୀକି ଋଷିଙ୍କ ଆଶ୍ରମରେ ସୀତା
ଝିଅ ହୋଇ ରହିଥିଲେ
ମହାରାଣୀ ହୋଇ ବନବାସୀ ପରି
ଜୀବନ ଯେ କଟୁଥିଲେ
ଆସିଲା ବେଳେ ଯେ ମାତା ଜାନକୀ ଯେ
ଗର୍ଭବତୀ ହୋଇଥିଲେ
ଋଷିଙ୍କ ଆଶ୍ରମେ ଲବ କୁଶ ନାମେ
ଦୁଇ ପୁତ୍ର ଜନ୍ମ ଦେଲେ
ଋଷିଙ୍କ ଆଶ୍ରମେ ବିଦ୍ୟା ଶିକ୍ଷା କରି
ଦୁଇ ଭାଇ ବଡ ହେଲେ
ମାତାଙ୍କ ସହିତ ଲବ କୁଶ ଦୁହେଁ
ଆଶ୍ରାମରେ ରହୁଥିଲେ
ଅଶ୍ଵମେଧ ଯଜ୍ଞ କରିବା ପାଇଁକି
ରାମଚନ୍ଦ୍ର ଚିନ୍ତା କଲେ
ଅଶ୍ଵ ର ମୁଣ୍ଡରେ ଲେଖା ଟିଏ ରଖି
ଅଶ୍ଵ କୁ ଯେ ଛାଡ଼ିଥିଲେ
ଲବ କୁଶ ଦୁହେଁ ଅଶ୍ଵ କୁ ବାନ୍ଧିଣ
ସାଥେ ତାଙ୍କ ନେଇଗଲେ
ଲକ୍ଷ୍ମଣ ଶତ୍ରୁଘ୍ନ ଭରତ ଙ୍କୁ ଦୁହେଁ
ଯୁଦ୍ଧରେ ପରାସ୍ତ କଲେ
ଶେଷ ରେ ଯେବେ ଯେ ରାମ ଯେ ଆସିଲେ
ବାଲ୍ମୀକି ପ୍ରବେଶ କଲେ
ପିତା ପୁତ୍ର ଆଦି ସମସ୍ତେ ସେଠାରେ
ପରିଚୟ ପାଇଗଲେ
ସନ୍ଦେହୀ ଜନତା ତଥାପି ଯେ ପୁଣି
ମାତାଙ୍କୁ ସନ୍ଦେହ କଲେ
ମାତା ଙ୍କୁ ଯେ ପୁଣି ପରୀକ୍ଷା ଦେବାକୁ
ପ୍ରଭୁ ରାମ କହିଥିଲେ
ସହି ନ ପାରିଣ ମାତା ଜାନକୀ ଯେ
ପୃଥିବୀ ଙ୍କୁ ଡ଼ାକିଥିଲେ
ସବୁଦିନ ପାଇଁ କୋଳକୁ ଯିବାକୁ
ପୃଥିବୀ କୁ କହିଥିଲେ
ପୃଥିବୀ ହୋଇଣ ଦୁଇ ଫାଳ ସେଠି
ପୃଥିବୀ ମାତା ଆସିଲେ
ମାତା ସୀତାଙ୍କୁ ଯେ ସାଙ୍ଗରେ ନେଇଣ
ପାତାଳ କୁ ଚାଲିଗଲେ
ପ୍ରଭୁ ରାମ ଚନ୍ଦ୍ର ଲବ କୁଶ ଙ୍କୁ ଯେ
ଭଲ ରେ ପାଳନ କଲେ
ସବୁ କାମ ସାରି ପ୍ରଭୁ ରାମଚନ୍ଦ୍ର
ଶରୀର ଯେ ତ୍ୟାଗ କଲେ
କ୍ଷମା କରିବ ହେ ଜଗତର ନାଥ
ଯାହା କିଛି ଜାଣିଆଛି
କବିତା ଆକାରେ ତୁମର ମହିମା
ତାହା ପ୍ରଭୁ ଲେଖୁଅଛି
