ଭସାଣୀ ଯାତ୍ରା
ଭସାଣୀ ଯାତ୍ରା


ଦଶହରା ପରେ ଭସାଣୀ
ଭସାଣୀ ରେ ହୁଏ ରୋଷଣୀ
ରୋଷଣୀସହିତଆସେ
କେତେ ଆନଂଦ ।
ରୋଶଣୀସାଂଗକୁ ତ ବାଜା
ବାଜା ସଂଗେ ମଦ କି ତାଜା
ଗଂଜେଇ ଭାଂଗ କେତେଯେ କଣ
ଲାଗଇ ସରଗ ଚାଂଦ ।
ପ୍ରେମ ଗୀତ ବାଜେ ଖାଲି
ତୁମ ଅଣ୍ଟାଯାଏ ହଲି
ମଦକୁ ଖାଇ ଗଂଜେଇ ନେଇ
ଥୋଡେ ପାଆନ୍ତି ଆନଂଦ ।
ତିନିଶ ମିଟର ରାସ୍ତା
ବିଦାୟ ର ଏ ଯାତ୍ରା
ଘଣ୍ଟା ଘଣ୍ଟା ଚାଲେ ଭେଦ ।
ଆହୁରି ନିଶାଡି ମାନେ
ତା ଭିତରେ ସେମାନେ ତ
ଲାଗନ୍ତି କେତେ କି ଦ୍ବନ୍ଦ ।
ଏକ ଘଣ୍ଟା ଟା ଯେ ପାଂଚ
ହୋଇଯାଏ ଭସାଣି ରେ
ଏ ସମସ୍ତଂକର ତ ଆନଂଦ ।
ପଟକାଫୁଟା ସଂଗେ
ଢୋଲ ବାଜା ରଂଗେ
ବାଜିଲେ କେତେ ଯେ ବାଇଦ ।
ଚାଲିବା ଲୋକଟା ଅଟକିଯାଏ
ଆକର୍ଷଣ ରୁ ଆନଂଦ ।
ଧରଣୀ ବକ୍ଷେ ଛୁଟୁଛି ଆଜି
ନାହି ତ ଏ ନିରାନଂଦ
ମଧୁ ପର୍ବ ର ସୁ ମାଦକତା
ନେବି ମୁଁ ପରାଣ ପଦ ।
ଭୁବନ ଭରା ରଶଯଜ୍ଞରେ
ରସର ଆହୁତି ଭେଦ
ଧରଣୀ ବକ୍ଷେ
ଛୁଟୁଅଛି ଆଜି
ଖୁସୀର ରାହସ ବିବିଧ ।
ବର୍ନେ ଗଂଧେ
ବିବିଧ ଛଂଦେ
ଥୋଡେ ପାଆନ୍ତି ନର୍ତ୍ତନାନଂଦ ।
ମାଆଂକ ଯିବା
ବିଷାଦ ହବା
ଏକ ବର୍ଷପାଇଁ ମନରେ ଖେଦ ।
ତୋକୃପାରୁ ମା ଧରା ବଂଚିତ
ହୋଇଯିବ ୧୩ମାସ
ମା ସର୍ବଦା ଅଛି ପରିବ୍ୟାପ୍ତ
ନାହିଁ କିଛି ପରମାଦ ।