ପୁଖ୍ ରା ପେଁଚ
ପୁଖ୍ ରା ପେଁଚ
ଡାହିକେ ଖୁତାନୀ ଗୁର୍ ଦୁ ଗୁର୍ ଦୁ
ଚେର୍ ସହୁଛେ କାତି
ଲଇଁଥିଲା ବେଲ୍ କେ ପଡ଼ୁଛେ ବିଧା
ନି ବୁଝେ ମୁନୁଷ୍ ଜାତି ।
ଯେନ୍ ତା କରି ଢୁକାଲେ ଭି ମୁଁଡ଼େ
ସେ ଦର୍ ପୁଡ଼ା କାଠ୍
ବେଟି ସାଉଁଟି କହେବ କେତେ
ଯେତେ ମାଠ୍ ବୁ ମାଠ୍ ।
ସାଁପ୍ କେଭେ ଫଁ ନି ଛାଡ଼େରେ ଭାଇ
ମୂଷା ନି ଭୁଲେ ଗାତ୍
ପର୍ କୁତି ଯାନି ଠାନ୍ ବାରି ବାରି
ପକାସି ଯୁଡ଼ା ଲାତ୍ ।
ବଁଚିଥିଲେ ସିନ ବୁଆର୍ ନାଆଁ
ମେଟିଗଲେ ସବୁ ଚୁଛା
ତାକି ତର୍ କି ଆଗ୍ କେ ଚାଲୁଁ ହୋ ଭାଇ
ସଁଖ୍ ଲି ବାଁଖ୍ ଲି ଖଁଚା ।
ହେତୁ କଲାଦିନୁ ଇ ପର୍ ପଁଚ୍
କାଏଁ ଯେ ଲାଗିଛେ ପାଲା
ଢେଁକି କୁଟାନ ଝଡ଼ଙ୍ଗ୍ ଝଡ଼ଙ୍ଗ୍
ପିଟିଦେଲେ ମୁଲ୍ ହୁ ଲଁଡ଼ା ।
କେତେ ଲୁକ୍ ଅଛନ୍ ନି କରନ୍ କେଁଭେ
ପରର୍ ଚୁପ୍ ରା କୁଟା
ଛଁଦ୍ କପଟ୍ ନୁ ଦୁରିହା ରହେସନ୍
ସଲ୍ ଖେଇ ଚାଲ୍ ସନ୍ ନିଜର୍ ଅଁଟା ।
ଭାବ୍ ସ କାଏଁ ସେମାନେ ନିର୍ ବୁଧିଆ
କିଛି ନେଇଁ ପାରନ୍ ଜାନି
ସବୁ ଜାନି ଜାନି ଅଜନା ହେଁସନ୍ ଖାଲି
ବେଲ୍ କାଲ୍ ପରେ ଅସହନୀ ।
ଧରମ୍ ଡାକେ ସିନେ ତର୍ କାଉ ଥିସନ୍
ନେଇକରରେ ବାବୁ କରମ୍ ଫଟା
ଆପେ ଆପେ ନିଝର୍ ଗାଡ଼୍ ନେଇ କୁଡ଼ ଗା
ହେଇଯିବ ଧୁଲ୍ କୁଟା ।
ନେଇଁ ଦେଖୁଚ କାଏଁ କେତେ ଭାଗିଗଲେନ
ଉମ୍ ରା ଦେଖାଇ ଛେତ୍ କା
କାଏଁ ନି ହେଜ୍ ବାର୍ ଘଡ଼େଛନେ ହେଲେ
ଲୁଟାଧନ୍ କେ କର୍ ସ ଘଏତା ।
ବୁଁଧୁ ଟିପି ଯାକ୍ ବିରୋଧ୍ କର୍ ବାର୍ ଟା
ଇଟା କାଏଁ ତୁମର୍ ପର୍ କୁତି
ବାପର୍ ଛୁଆ ମେତାନ୍ କମେଇ ଖ ନ
ପରର୍ ଧନେ ବଢ଼ାସ ପୁଟା ଅଁତି ।
ଯା'ର୍ ଖଉଛ ତା'ର୍ କାଏଁ କାଏଁଟା କରୁଛ
ବତାବ କାଏଁ ଗୁଟେ ଖଁଡ଼େ
କିଏ କଲେ କାଏଁ ଯେ ଛେଁକି ହେସ
ସାଁଗେ ନେବ କାଏଁ କେତେ ବୁହି ମୁଁଡ଼େ ।
ହାତେ ନାଇଁ ଧନ୍ ଆବ୍ ରି ହେସ ସବୁଥି
ବୁଥିହେସ ଲାଜ୍ ଲଜ୍ ନା ଘର୍ କରା
ମାଗ୍ ଲା ତୁନ୍ ପରେ ସୁର୍ କେ ମେତାନ୍
ଟୁପ୍ ଲେ ଧାନେ ଖୁଜ୍ ସ ଭୁଗେ ଯାତ୍ ରା ।
ମଲ୍ ମଲାଇ ଆଘୋ ଫିକିହେସ କେନ୍ ତା
ହିତାହିତ୍ ଟିକ୍ କ ଖାଇଦେସ
ଡାଁଡ଼େ ବାଟେ ଲୁକେ ନାଆଁ ପକାସନ୍
ମା ବହେନ୍ ଠାନୁ ଇଜତ୍ ବିକୁଥିସ ।
ସଖାଲୁ ବେଲ୍ ବୁଡ଼ାଯାକ୍ ପୁଖ୍ ରା କୁକୁର୍
ଇ ଘର୍ ସେ ଘର୍ ଘିଚାରଁପା
ସଁଭ୍ ରି ଚାଲହୋ ମୁନୁଷ୍ ହେଇଛ ପରେ
ଭାଜି ତୁନେ ନେଇଁ କର ନୁନ୍ ଚଖା ।
ମାଆଁର୍ ପେଟୁ ପଡ଼୍ ଲେ ସଭେ ଏକା ହୋ
ମାଏଟ୍ ଛିଁଲେ କର୍ ମୁ ବଁକା ଟେଢ଼ା
ସକଲ ପାଇଛ ମନ୍ ତନ୍ ଧନ୍
ହାତ୍ ଗୁଡ଼୍ ଠାନୁ ନାଇଁ ହ ବେଡ଼ା ।
ସମିଆର୍ ତାଲେ ତାଲ୍ ଦେଇ କରି
ବାଟ୍ ଫୁକି ଚାଲ୍ ବାର୍ ଶିଖୁଁ ଭାଇ
ବୁଧି ବିବେକ୍ ହଜେଇ ବାଟ୍ ବନା ନି ହେଉଁ
ଏଡ଼୍ କି ଦୁର୍ ଲଭ୍ ମୁନୁଷ୍ ଜନମ୍ ପାଇ ।