STORYMIRROR

Jogindra Panda

Inspirational Others

3  

Jogindra Panda

Inspirational Others

ବ୍ଯତିକ୍ରମ

ବ୍ଯତିକ୍ରମ

1 min
370


କହିଲେ କୁଳ କୁଟୁମ୍ବେ ଲାଜ ସର୍ମ କଥା

ନ କହିଲେ କୂଳ ବୁଡ଼େ ତେଣୁ ଏ ବାରତା ।

ଆନୁଷ୍ଠାନିକ ପ୍ରମାଣପତ୍ରେ କିବା କାମ 

ପେଟ ପୋଷା ପତର ସେ ପ୍ରତିଭା ବିହୀନ।

କାର୍ଯ୍ୟ କାରଣରେ ଯେହୁ ନିପୁଣ ନୁହଇ

କର୍ମେ ନିରଳସ ଯେ ନୋହେ ଅକର୍ମା ସେହି  

ବ୍ଯବସ୍ଥାର ଆଢ଼ୁଆଳେ ପଶୁ ତୁଲ୍ଯ ବଂଚେ

କିଛି ଅର୍ଥ ଉପାର୍ଜନେ ଶରୀରକୁ ସଞ୍ଚେ ।

ଦେଶ,ଦଶର ବିକାଶେ ଲାଗେନା ତା' କର୍ମ

ମୂରବୀ ଦେଖାଏ ସିନା କର୍ମ ତା' ଅକର୍ମ ।

ସମାଜ କ୍ଷତବିକ୍ଷତ ରକ୍ତାକ୍ତ ବିକାଶ 

ତୁଷ୍ଟିକରଣର ସେ'ତ ଜ୍ୱଳନ୍ତ ପ୍ରକାଶ ।

ଅର୍ଥ ବଳେ,ତୁଷ୍ଟି ବଳେ ନିଯୁକ୍ତିକରଣ

ନ୍ଯାସକାରୀ ବ୍ଯବସ୍ଥାର ଶୀର୍ଷ ନିଦର୍ଶନ ।

ପ୍ରତିଭା ଯହିଁ ନିର୍ମୂଳ ସ୍ବାର୍ଥୀ ଘୁଣାଶ୍ରୟୀ

ସତ୍ଯାନ୍ବେଷୀ ବଳିପଡ଼େ ବର୍ତ୍ତେ ଛଳାଶାୟୀ

କେ ରୋଧିଛି କରିବାକୁ ସତ୍କର୍ମ ଧରାରେ

କେ ରୋକିଛି ଜ୍ଞାନାର୍ଜନେ ନିକମା ବେଭାରେ ।

ସଂସ୍କାରିତ ହେବା ଯୋଗ୍ଯ ଯା' ଆଗ୍ରହ ନାହିଁ 

ଠକି,ଭଣ୍ଡି,ଖାଇ,ପିଇ ମଉଜ କରଇ ।

ତାଲିକାର ଶେଷ ଫର୍ଦ୍ଦେ ଯେହୁ ଯୋଡ଼େ ନାମ

କେଉଁ ଅଧିକାର ବଳେ ତା' ଶୈକ୍ଷିକ ଧର୍ମ ।

ପେଟ ପୋଷିବାକୁ ଭବେ ପ୍ରଶସ୍ତ କ୍ଷେତର 

ଶୈକ୍ଷିକତା ନୁହେଁ ପେଟ ପୋଷା ପରିସର।

ଭେଦାଭେଦ ଶୂନ୍ଯ ଧାମେ ଏକା ସେହୁ ଭେଦୀ

ଅଧିକାର ନାମେ ବାଣ୍ଟେ ସମାଜେ ବିଭେଦୀ 

ତା' କରମେ ଦେଶ,ଦଶ ଦଶା ଗୁରୁତର 

ଶତ ପ୍ରତିଶତ ଅଭିମାନ ତା' ବେଭାର ।

କି ଉଦ୍ଦେଶ୍ଯେ ଲେଖା ଏହା କିମ୍ପା ଏ କଟ୍ଯୁକ୍ତି 

ଶିକ୍ଷକ ପଦେ ଯେ' ଷିକ୍ତ ସ୍ବାଭିମାନୀ ବ୍ଯକ୍ତି

ସେ କାହିଁକି ହେବ ଅବା ସ୍ବାଭିମାନ ତ୍ଯାଗୀ

ସେ'ତ ଗୁରୁଙ୍କର ଗୁରୁ ନିଷ୍ଠ ବଇରାଗୀ ।

ଯେହୁ (ତାହା)ତ୍ଯାଗୀ ସେହୁ ନୁହେଁ ଶିକ୍ଷକ ବା ଗୁରୁ 

ଶିକ୍ଷକ ପଦ ମର୍ଯ୍ଯାଦା ନ ତୁଟୁ ଧରାରୁ ।

    

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational