Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jogindra Panda

Inspirational

4  

Jogindra Panda

Inspirational

ପତର ପେଣ୍ଡି

ପତର ପେଣ୍ଡି

1 min
239



ପ୍ରସ୍ତାବ ପଠାଇଛନ୍ତି ପଟ୍ଟନାୟକ ପଡ଼ା

ପସ୍ତାବନା ପତ୍ର ପାଡ଼ି ପଢ଼ନ୍ତି ପାଖୁଡ଼ା ।

ପରାଶର ପଣ୍ଡା ପରିକ୍ଷିତ ପୁରୋହିତ 

ପୁଛନ୍ତି ପରଷିବାକୁ ପୂତ ପ୍ରେମାମୃତ ।

ପ୍ରସ୍ତାବକ ପ୍ରସ୍ତାବନେ ପ୍ରସରେ ପାର୍ବଣ

ପାରବତୀ ପଞ୍ଚ ଆନନ ପାଣିଗ୍ରହଣ ।

ପକ୍ଷ ଶୁକଳ ପଞ୍ଚମୀ ପରବର୍ତ୍ତୀ ଦିନ

ପୁରବାସୀ ପ୍ରମୋଦରେ ପ୍ରମୋହନ୍ତି ପ୍ରାଣ ।

ପଙ୍କଜ ଜନ୍ମା ପ୍ରବର ପ୍ରବର୍ତ୍ତନକାରୀ

'ପତର ପେଣ୍ଡି' ପାଇଁକି ପୋଥିପାଞ୍ଜି ଧରି ।

ପରାତଥାଳିରେ ପାନ ପଇଡ଼ ପଇତା

ପଞ୍ଚତୀର୍ଥ ପୟ ପଞ୍ଚଦୀପ ପ୍ରଦୀପିତା ।

ପାଟବସ୍ତ୍ର ପାଟରତ୍ନେ ପାଟ ପୀଢ଼ା ପଟି

ପାଟଳୀ ପୁଷ୍ପ ପ୍ରଶୋଭନାର୍ଥେ ପରିପାଟୀ ।

ପୁଣ୍ଯତୋୟା ପଞ୍ଚଗଙ୍ଗା ପୟରେ ପୟର

ପଖାଳିବା ପାଇଁ ପ୍ରଧାବିତ ପଟୁଆର ।

ପ୍ରବେଶନ୍ତେ ପଞ୍ଚାନନ ପୁର ପଦଚାରୀ 

ପାଦାସନ ପଦେ ଅର୍ଘ୍ଯ ପ୍ରତ୍ଯର୍ପଣ କରି ।

ପୀଠେ ଶୋଭା ପଞ୍ଚବର୍ଣ୍ଣୀ ପିତ୍ତଳ ପ୍ରତିମା

ପୁରୁଷ ପୌରୁଷଶ୍ରେଷ୍ଠ ପାର୍ଶ୍ବେ ପାଟଜେମା।

ପଞ୍ଚଦେବତା ପ୍ରସ୍ଥାପି ପୂର୍ଣ୍ଣ କଳସୀରେ

ପ୍ରଶନ୍ନ ପୂର୍ବପୁରୁଷେ ପୁତ୍ରୀ ପ୍ରଦାନରେ ।

ପଙ୍ଗତେ ପ୍ରଭୁଲାଗି ପଇତି ପକ୍ବ ଅନ୍ନ

ପ୍ରେମାନନ୍ଦେ ପରସ୍ପରେ ପ୍ରସାଦ ପ୍ରଦାନ ।

ପରିହସିତ ପରିଭାଷା ପରିବେଷଣେ

ପରିବ୍ରାଜେ ପରିତୋଷି ପ୍ରାଜ୍ଞେ ପ୍ରବଚନେ ।

'ପତର ପେଣ୍ଡି' ପ୍ରସୂତ ପୂତ ପ୍ରସାଧନୀ

ପ୍ରଭାତ-ପ୍ରଭା ପରାୟ ପ୍ରହ୍ଲାଦଦାୟିନୀ ।

ପାରମ୍ପରିକ ପୋଷାକେ ପାରିଷଦଗଣ

ପତିବ୍ରତା ପର୍ବତଜା ପରିଣୟ ପୂର୍ଣ୍ଣ ।

ପାପ-ପ୍ରତାପ ଧ୍ବଂସିନୀ ମାଆଙ୍କ ପାର୍ଶ୍ବର

ପାଲିଙ୍କିରେ ପ୍ରଶୋଭିତ ପନ୍ନଗାଧିଶ୍ବର ।

ପ୍ରଭୁତା ପଣ ପ୍ରଭାବେ ପ୍ରଭାବିତ ପ୍ରାଣୀ

ପ୍ରଭାକରୁଁ ପ୍ରଭାକୀଟ ପ୍ରଭେଦ ପ୍ରମାଣି ।

ପ୍ରମଥେ ପ୍ରସକ୍ତ ପଶସ୍ତିରେ ପ୍ରଲୋଭିତ

ପାପାଛାଦିତ ପୁଟେ ପ୍ରଲୁବ୍ଧେ ପ୍ରଲେପିତ ।

ପାଟ ପଟୁଆର ପୂର୍ଣ୍ଣ ପୁରେ ପୁରାଙ୍ଗନା

ପ୍ରିୟତମେ ପ୍ରିୟଭାଷୀ ପ୍ରୀତ ପ୍ରୀୟମାଣା ।

ପ୍ରିୟମ୍ବଦା ପିକଭାଷିଣୀ ପୀନ ବକ୍ଷୋଜା

ପ୍ରବର୍ତ୍ତେ ପ୍ରସାରିବାବୟବରେ ପାପ ଯା'।

ପ୍ରଦର୍ଶାଏ ପୁରୋଭାଗ ପ୍ରକମ୍ପାଏ ପୁଣ

ପ୍ରମତ୍ତାଏ ପାଦମୂଳ ପ୍ରହାରି ନର୍ତ୍ତନ ।

ପ୍ରସାରେ ପ୍ରାସ ପ୍ରମଦା ପଶ୍ଚିମାଭିନୟେ

ପରବାସେ ପୃଷ୍ଠଦେଶେ ପ୍ରହାର ପରାୟେ।

ପକ୍ଷାନ୍ତରେ ପଞ୍ଚବକ୍ତ୍ର ପାର୍ବଣ ପାରଣେ

ପ୍ରାଣୀ ପ୍ରୀତି ପୟୋନିଧି ପୂର୍ଣ୍ଣଗର୍ଭା ମଣେ ।

ପୁରୁଷ ପ୍ରକୃତି ପାଶେ ପ୍ରପଞ୍ଚ ପରାଣ

ପିଣ୍ଡୁ ପାପ ପ୍ରମୋଚନେ ପ୍ରସିଦ୍ଧି ପାର୍ବଣ ।

     


Rate this content
Log in

Similar oriya poem from Inspirational