STORYMIRROR

Sandhyarani dash

Inspirational

3  

Sandhyarani dash

Inspirational

ମାଆ ଆଗମନ

ମାଆ ଆଗମନ

1 min
191


ଆଜି ଏ ଶର ତେ ମୋ ମାଆ ମରତେ

ଗାଁ ଠୁ ସହର ଯାଏ

ସବୁଠାରେ ଝୁଣା ଦୀପ ବନ୍ଦାପନା

ଖୁସିରେ ଅଧିର ହୁଏ ।


ସ୍ଵାଗତ ର ଗୀତ ଗାଏ କାଶ ତଣ୍ଡି

ଧବଳ ଚନ୍ଦ୍ରିକା ରୂପ

ଗୋଳିଆ ପାଣି ତ ନିର୍ମଳ ହୋଇଛି

ଶରତ ଦେଇଛି ଲେପ।


ଶରତର ତାଳେ ହସୁଛି ଗଗନ

ହରଷ କରିଛି ମନ

ମହ ମହ ବାସେ ଆଜି ଧରା ପୃଷ୍ଟ

ସିନ୍ଦୂର ବାସ ଚନ୍ଦନ।


ଦୁଷ୍ଟ ବିନାସନ ଦୁଃଖ ନିବାରଣ

ଆସନ୍ତି ଓହ୍ଲାଇ ଧରା

ସୁଖକୁ ଅଜାଡ଼ି ଦୁଃଖକୁ ଫୋପାଡି

କୋଳାନ୍ତି ଆମକୁ ପରା।


ପୂଜା ମଣ୍ଡପରେ ଭକତ ର ଭିଡ

ଶୂନ୍ୟ ଥାଳ ପୂର୍ଣ୍ଣ କରି

ଅପସରି ଯାଏ ସବୁତ ସଙ୍କଟ

ଆର୍ଶୀବାଦ ଥାଏ ଭରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational