STORYMIRROR

Sandhyarani dash

Children

3  

Sandhyarani dash

Children

ଗାଆଁ ର ଶୀତ

ଗାଆଁ ର ଶୀତ

1 min
191


ଗାଁର ଶୀତ ଗାଁର ମିତ

ଡ଼ରି ନଥାଏ ଶିଶୁ

ଭେଦ ଭାବନା ମନ ରେ ନାହିଁ

ଆନନ୍ଦେ ସର୍ବେ ମିଶୁ।


ଧୂଳି ମଳି ର ଆନନ୍ଦ ନେଇ

ଶିଶୁ ଖେଳନ୍ତି ଖେଳ

ଦେହରେ ପଛେ ବସ୍ତ୍ର ନ ଥାଉ

ଏକାଠି ହୋଇ ମେଳ।


ସହରୀ ଲୋକ ବଡ କପଟୀ

ଗାଁ ଲୋକ ମୋ ଭଲ

କଥା କଥା କେ କୋଳକୁ ଟାଣି

ସ୍ନେହେ କରନ୍ତି ଗେଲ।


ସାମାନ୍ୟ କୁଟା କାଠିକୁ ଜାଳି 

ନିଆଁ ଉଷୁମ ପାଇ

ଏକାଠି ବସି ଏକାଠି ଖାଇ

ସଭିଏଁ ଭାଇ ଭାଇ।


ଗାଁ ସଭ୍ୟତା ସନ୍ତୋଷ ଦିଏ

କଥାରେ ନାହିଁ ମିଥ୍ୟା

ସତ୍ୟର ରଙ୍ଗ ସବୁଠି ଭରି

ମନରେ ନାହିଁ ବ୍ୟଥା।


ଶୀତରେ ଶୀତ କୋଟି ପ୍ରଣାମ

ସହରେ ପଶି ଥିବୁ

ଗାଁର ଲୋକ ହୃଦ ନିର୍ମଳ

ଦୂରେଇ ଯାଇ ଥିବୁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children