STORYMIRROR

Sandhyarani dash

Tragedy

3  

Sandhyarani dash

Tragedy

ନୟନେ ଲୁହର ଧାର

ନୟନେ ଲୁହର ଧାର

1 min
211


ଉଡିଗଲା ଗଲା ପକ୍ଷୀ ଭାଙ୍ଗି ଦେଇ ନିଡ

ସାଥୀ ଚାଲିଗଲା ଦୂର

ସାଥିର ବିରହେ ହୃଦେ ଉଠେ କୋହ

ଛଳନା ର ଖେଳ ଘର।

ସୁନି ଳ ଗଗନେ ମିଟି ମିଟି ତାରା

ନୟନେ ଲୁହର ଧାର।


ଆଦ୍ୟ ମୌସୁମୀ ର ସଜ ଳ ସ୍ପର୍ଶ ରେ

ସରାଗ ରେ ଦେଲ କିଣି

ଅଧା ବାଟେ ଛାଡ଼ି କାହିଁ ଗଲ ଉଡ଼ି

ପାରୁନାହିଁ ମୁହିଁ ଜାଣି

ମିଶିଗଲ କିବା ଶୂନ୍ୟ ପଥେ ଯାଇ

କରି ଦେଇ ସାତ ପର।


ଏ ମନ ଖୋ ଜୁ ଛି ପଣତ ର ସ୍ପର୍ଶ

କୋହ ଭରା ହୃଦୟରେ

ସମୟ ଚକଟା ଘୁରି ଚାଲିଗଲା

ଭାବି ଭାବି ଦିନ ସରେ।

ଯୁଗ ବିତିଯିବି କଥା ରହିଥିବ

ଲୁହ ବହେ ଧାର ଧାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy