ନୟନେ ଲୁହର ଧାର
ନୟନେ ଲୁହର ଧାର
ଉଡିଗଲା ଗଲା ପକ୍ଷୀ ଭାଙ୍ଗି ଦେଇ ନିଡ
ସାଥୀ ଚାଲିଗଲା ଦୂର
ସାଥିର ବିରହେ ହୃଦେ ଉଠେ କୋହ
ଛଳନା ର ଖେଳ ଘର।
ସୁନି ଳ ଗଗନେ ମିଟି ମିଟି ତାରା
ନୟନେ ଲୁହର ଧାର।
ଆଦ୍ୟ ମୌସୁମୀ ର ସଜ ଳ ସ୍ପର୍ଶ ରେ
ସରାଗ ରେ ଦେଲ କିଣି
ଅଧା ବାଟେ ଛାଡ଼ି କାହିଁ ଗଲ ଉଡ଼ି
ପାରୁନାହିଁ ମୁହିଁ ଜାଣି
ମିଶିଗଲ କିବା ଶୂନ୍ୟ ପଥେ ଯାଇ
କରି ଦେଇ ସାତ ପର।
ଏ ମନ ଖୋ ଜୁ ଛି ପଣତ ର ସ୍ପର୍ଶ
କୋହ ଭରା ହୃଦୟରେ
ସମୟ ଚକଟା ଘୁରି ଚାଲିଗଲା
ଭାବି ଭାବି ଦିନ ସରେ।
ଯୁଗ ବିତିଯିବି କଥା ରହିଥିବ
ଲୁହ ବହେ ଧାର ଧାର।