STORYMIRROR

Sandhyarani dash

Tragedy

4  

Sandhyarani dash

Tragedy

ମାଆ

ମାଆ

1 min
383


ମାଆ ମାଆ ବୋଲି ଡାକି ଦେଲେ ଥରେ

ଦୁଃଖ ତ ନ ପାରୁ ସହି

ସନ୍ତାନ ଉପରେ ବିପଦ ପଡିଲେ 

ଆଖି ଖୋଲି ଦେଉ ଚାହିଁ।


ଏଇ ସଂସାର ରେ ନାମକୁ ଧରିଲେ

ଦୁଃଖ ନାଶ ହୋଇ ଯାଏ

 ଭକତ ଆଖିରେ ଲୁହକୁ ଦେଖିଲେ

ସ୍ନେହରେ କୋଳେଇ ନିଏ

ଆଜି କିଆଁ ମାଆ ପଥର ହୋଇଛୁ

କେମିତି ପାରୁଛୁ ସହି।


ମମତା ମୟୀ ତୁ ରକ୍ଷାକାରିଣୀ ତୁ

ଆଶିଷ ଭରା ତୋ ହାତ

ରୋଷ କରିଛ କି ସନ୍ତାନ ଉପରେ

କହିବ କି ମାଆ ସତ

ତୋହରି ରୋଷରେ ସର୍ବେ ସଂକଟରେ

ଦେଖିବାକୁ ନାଂହି କେହି।


ପାପଭାର ଅବା ଅସହ୍ୟ ହେଲାକି

ସଭିଙ୍କୁ କରିଲୁ ବନ୍ଦୀ

ସାରା ସଂସାରଟି ଭୟଭୀତ ଆଜି

ଦିବା ନିଶି କଟେ କାନ୍ଦି।

ଆଶିଷ ର ହାତ ଥୋଇବୁ ମଥାରେ

ଗଢ଼ିଛି ଯାହାକୁ ବିହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy