STORYMIRROR

Debabrata Barik Debunu

Tragedy

4  

Debabrata Barik Debunu

Tragedy

ଫଗୁଣ ଦେଇଛି ପହିଲି ଚିଠି

ଫଗୁଣ ଦେଇଛି ପହିଲି ଚିଠି

1 min
447

ଫଗୁଣ ଦେଇଛି ପହିଲି ଚିଠି

କରୋନା ସମ୍ପର୍କେ ଲେଖିଛି ବେଶୀ


ଇଟାଲୀ ଆଖିରେ ଲୁହ ଶ୍ରାବଣ

କରୋନା ଆଣିଛି ଫିକା ଫଗୁଣ


ଭାରତ କାନ୍ଦୁଛି ଆଖି ଲୁଚେଇ

କଳ ବଳ କୌଶଳ ସବୁ ଲଢେଇ


ଅକାଳେ ବହୁଛି ଅଦିନ ଝଡ଼

ଭାଙ୍ଗିଦେଲା ଚୀନ୍ ର ଆଶାର ନୀଡ


ବରଷା ଲୁଚିଛି ବାଦଲ ଫାଙ୍କେ

ସଭିଏଁ ଛାନିଆଁ କରୋନା ଆତଙ୍କେ


ସବୁ ପର ଏଠି ନିଜେ ନିଜର

ଜାଇ ଯିବନି ତା ଶାଶୁ ଘର


ସତର୍କ ରୁହ ହେ ଭାଇ ଭଉଣୀ

କରୋନା ଯିବ ଆପେ ଦୁରେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy