STORYMIRROR

CHINMAYEE PRADHAN

Romance Tragedy

4  

CHINMAYEE PRADHAN

Romance Tragedy

ତୁମେ ଆସିବ ଆସିବ କହୁଛ

ତୁମେ ଆସିବ ଆସିବ କହୁଛ

1 min
15

ତୁମେ ଆସିବ ଆସିବ କହୁଛ 

ହେଲେ ନ ଆସି ଭଣ୍ଡେଇ ଦଉଛ,

କହବିକି ଟିକେ କହିବକି 

କାହିଁକି ଏମିତି କରୁଛ।

ତୁମେ ଆସିବ ।


ନିତି ନିତି ତୋଳେ ସଜ ଗୋଲାପ ମୁଁ 

ତୁମ ହାତେ ଦେବା ପାଇଁ,

ରହି ରହି ଫୁଲ ବାସି ହୁଏ ସିନା 

ହେଲେ ତୁମେ ଆସ ନାହିଁ।

କହିବକି ଟିକେ କହିବକି 

କାହିଁକି ଏମିତି କରୁଛ।

ତୁମେ ଆସିବ


ନିତି ନିତି ସଜ ହୁଏ ତୁମ ପାଇଁ 

ଆଖିରେ କଜ୍ଜଳ ମାଖି,

ହେଲେ ଲୁହଧାରେ ବହିଯାଏ ସିନା 

ପାରେନାହିଁ ତାକୁ ରଖି।

କହିବକି ଟିକେ କହିବକି 

କାହିଁକି ଏମିତି କରୁଛ।

ତୁମେ ଆସିବ


ନିତି ନିତି ପିନ୍ଧେ ନୂଆ ନୂଆ ଶାଢ଼ୀ ଗଭାରେ ଗଜରା ବାନ୍ଧେ,

ରୁଣୁଝୁଣୁ ଚୁଡ଼ି ହେଉଥାଏ ହାତେ

ପାଦରେ ପାଉଁଜି ପିନ୍ଧେ।

କହିବକି ଟିକେ କହିବକି 

କାହିଁକି ଏମିତି କରୁଛ।

ତୁମେ ଆସିବ


ତୁମ ପାଇଁ କରେ ଛଅ ତିଅଣ ମୁଁ 

କରେ କେତେ ପିଠାପଣା,

ଚାହିଁ ଚାହିଁ କେବେ ତୁମେ ତ ଆସନି ମରିଯାଏ ଭୋକ ସିନା।

କହିବକି ଟିକେ କହିବକି 

କାହିଁକି ଏମିତି କରୁଛ।

ତୁମେ ଆସିବ


କଲ ଯଦି ବଧୂ ମିଳନର ମଧୁ

ଚଖଉନ କୁହ କିଆଁ ,

ଆଖିରେ ଆଖିଏ ଭରିଦେଇ ସ୍ବପ୍ନ 

ଅନ୍ତରେ ଜଳାଅ ନିଆଁ।

କହିବକି ଟିକେ କହିବକି 

କାହିଁକି ଏମିତି କରୁଛ।

ତୁମେ ଆସିବ





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance