STORYMIRROR

CHINMAYEE PRADHAN

Romance Tragedy Others

3  

CHINMAYEE PRADHAN

Romance Tragedy Others

ଶେଷ ସ୍ପର୍ଶ

ଶେଷ ସ୍ପର୍ଶ

1 min
147


  ମନ୍ଦ୍ର ମଧୁର ମଳୟର ସ୍ପର୍ଶ

   କରିଥିଲା ଯେବେ ତନୁ,

ଭରି ଯାଇଥିଲା ଅପୂର୍ବ ସୁବାସ 

   ଭୁଲି ନାହିଁ ସେଇ ଦିନୁଁ।


ସୌନ୍ଦର୍ଯ୍ୟ ଦେବତା କାମଦେବ ସତେ 

   ମାରିଲେ କି ଫୁଲ ଶର,

ସେ ପଞ୍ଚ ଶରର କ୍ଷତରେ ଆହତ

   ହୃଦ ପ୍ରେମେ ଜର ଜର।


ଅପରୂପ ଛବି ସୌନ୍ଦର୍ଯ୍ୟର ଦେବୀ 

  ଦେଖି ମନ ବିମୋହିତ,

ଆଖିର ଚାହାଣି ଦେଲା ସତେ ହାଣି

  ହୃଦେ ହେଲା ପକ୍ଷାଘାତ।


ନ କରି ଉଛୁର କରିଲି ସଅଳ 

   ଯାଇ ପ୍ରେମ ନିବେଦନ,

ସବୁଜ ସଂକେତ ମିଳିଲା ବହନ 

  ହେଲା ଦିଆନିଆ ମନ।


ଚମ୍ପା କଢି ଜିଣି ତାହାରି ଆଙ୍ଗୁଳି 

  କୋମଳ ଲହୁଣୀ ପରି,

ସ୍ପର୍ଶ କଲା ଯେବେ ମୋ ହାତ ପାପୁଲି

  ଦେହ ଉଠିଲା ଶିହରି।


ସମ୍ପର୍କ ନିବିଡ଼ ହେଲା ଦୁହିଁଙ୍କର

  ହେଲା ବିବାହ ବନ୍ଧନ,

ସ୍ବର୍ଗ ସୁଖ ସତେ ମିଳିଲା ଯେମିତି 

  ହାତେ ଧରା ଦେଲା ଜହ୍ନ।


ଛାଡ଼ି ଗଲା ପ୍ରିୟା ଅଫେରା ରାଇଜେ 

   ଲିଭି ଗଲା ଓଠୁ ହସ,

ଭୁଲି ପାରୁନି ମୁଁ ବିଛେଦର ସେଇ

   ମୋ ପ୍ରିୟାର ଶେଷ ସ୍ପର୍ଶ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance