STORYMIRROR

CHINMAYEE PRADHAN

Romance Others

3  

CHINMAYEE PRADHAN

Romance Others

ପ୍ରେମର ପୁନରାବୃତ୍ତି

ପ୍ରେମର ପୁନରାବୃତ୍ତି

1 min
17


ଆସନା କରିବା ପ୍ରେମର ପୁନରାବୃତ୍ତି 

ଗାଇବା ସେହି ପୁରୁଣା ପ୍ରେମର ଗୀତି,

ଫେରିଯିବା ସେହି ସ୍କୁଲ ବେଳର ସମୟକୁ 

ପୁଣି ଯୋଡିବା ନୂଆ ସମ୍ପର୍କ ହେଇ ନୂଆ ସାଥୀ।


ଆସନା ପାଖାପାଖି ଧାଡ଼ିରେ ବସିବା 

ମଝିରେ ମଝିରେ କଣେଇ କଣେଇ ଚାହିଁବା,

ପାଠ ବାହାନାରେ ନୋଟ୍ ଖାତା ବଦଳେଇ

ପାଖାପାଖି ଠିଆ ହୋଇ କଥା ଟିକେ ହେବା ।


ଆସନା ଏକାଠି ଟିଫିନ୍ ବସି ଖାଇବା 

ଟିକେ ଚାହିଁବା ଟିକେ ଲାଜେଇ ମୁହଁ ପୋତିବା,

ସ୍କୁଲ ଛୁଟି ହୋଇଗଲା ପରେ ସାଙ୍ଗ ହେଇ 

ସାଇକେଲକୁ ଗଡ଼େଇ ଚାଲି ଚାଲି ଯିବା।


ଆସନା ପୁଣି ମିଶି ପାଳନ କରିବା

ଗଣେଶ ପୂଜା, ଅଗଷ୍ଟ ପନ୍ଦର ସରସ୍ଵତୀ ପୂଜା ,

କଥା ହେଇ ପିନ୍ଧିବା ଆମେ ମ୍ୟାଚିଂ ଡ୍ରେସ୍ 

 ନାଚି ଗାଇ ଖେଳିକୁଦି କରିବା ମଜା।


ଆସନା ପୁଣି ଥରେ ଆରମ୍ଭ କରିବା

ରଙ୍ଗିନ କାଗଜରେ ପ୍ରେମ ପତ୍ର ଲେଖା,

ସାନ ଭାଇ ହାତରେ ଚିଠି ପଠେଇ ଦେଇ 

ନଦୀ କୂଳର ଆମ୍ବ ତୋଟାରେ ହେବା ଦେଖା।


ଆସନା ପୁଣି ଥରେ ଅନୁଭବ କରିବା

ପ୍ରେମ ହେବା ପରର ସେ ପହିଲି ଛୁଆଁକୁ,

ହାତରେ ହାତ ରଖି କାନ୍ଧରେ ମୁଣ୍ଡ ରଖି

ଦେଖିବା ଭବିଷ୍ୟତର ଅସରନ୍ତି ସ୍ବପ୍ନକୁ।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance