The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Jayashree Maharana

Romance

4  

Jayashree Maharana

Romance

ଆସ ପ୍ରିୟତମା

ଆସ ପ୍ରିୟତମା

1 min
661


ଫଗୁଣ ଆଣିଛି  ରଙ୍ଗର ସମ୍ଭାର

ହୃଦୟେ ଭରିଛି ପ୍ରୀତି ଉଚ୍ଛ୍ୱାସ

କରନା ଗୁମାନ ଆସ ପ୍ରିୟତମା

ଚାହିଁଅଛି ତୁମ ମିଠା ପରଶ ।


କୋକିଳର ତାନ ଭରେ ଶିହରଣ

ବିମୁଗ୍ଧ କରୁଛି ସ୍ନିଗ୍ଧ ପବନ

ବିଳମ୍ବ ନକରି ଆସ ପ୍ରିୟତମା

ସିକ୍ତ କରିଦିଅ ଦଗ୍ଧ ପରାଣ ।


ପ୍ରୀତିର ସଙ୍ଗୀତ ଗାଉଛି ବସନ୍ତ

ମନକୁ ମୋହୁଛି ଫୁଲର ବାସ

ହୁଅନା ଅବୁଝା ଆସ ପ୍ରିୟତମା

ପ୍ରୀତି ଅନଳରେ ଦେବାକୁ ଝାସ ।


ଅବିର ଆଣିଛି ପ୍ରୀତିର ସପନ

ଆଖିରେ ନାଚୁଛି ଛବି ତୁମର

ଆକଟ ନ ମାନି ଆସ ପ୍ରିୟତମା

ରଙ୍ଗ ଭରିଦିଅ ମନରେ ମୋର ।


ରାଧା ରାଣୀ ପରି ହୃଦେ ଘର କରି

ନିନ୍ଦା ଅପବାଦ ଦୁରେଇ ଦେଇ

ହୋଲି ଖେଳିବାକୁ ଆସ ପ୍ରିୟତମା

ପଥକୁ ତୁମର ରହିଛି ଚାହିଁ ।


ନବ ପଲ୍ଲବୀତ ବୃକ୍ଷର ଛାୟାରେ

ଆମ୍ର ବକୁଳର ବନ ମଧ୍ୟରେ

ସଜବାଜ ହୋଇ ଆସ ପ୍ରିୟତମା

ଭିଜିଯିବା ଦୁହେଁ ପ୍ରୀତି ଫଲ୍ଗୁରେ ।



Rate this content
Log in

Similar oriya poem from Romance