Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Action Others

3  

Jayashree Maharana

Abstract Action Others

ପୌରୁଷ

ପୌରୁଷ

1 min
175


ପୁରୁଷ ସେ ପୌରୁଷରେ ସାର୍ଥକ ଜୀବନ

ବଳ, ବୀର୍ଯ୍ୟ,ସାହାସରେ ସିଦ୍ଧ ମନ ପ୍ରାଣ ।।


ବାହୁବଳ ବିଶ୍ୱାସରେ କରୁଥାଏ କର୍ମ

ବିଚାର,ବିବେକ ଘେନି ପାଳୁଥାଏ ଧର୍ମ ।

ଛାତିକୁ ପଥର କରି ସହିଯାଏ ଦୁଃଖ 

ଅସୀମ ଧୈର୍ଯ୍ୟରେ ଟାଣ ହସିବାରେ ଦକ୍ଷ ।।


ଶକ୍ତ କାନ୍ଧେ ଦାୟିତ୍ୱର ବୋଝକୁ ମୁଣ୍ଡାଇ

ଚାଲିବାକୁ ଆଗଭର ପଛଘୁଞ୍ଚା ନାହିଁ ।

ବୀର ସିଏ ଯୁଦ୍ଧରତ ଜୀବନ ପଥରେ

ବିପଦକୁ ସାମ୍ନାକରେ ସଦା ନିର୍ଭୟରେ ।।


ଦମ୍ଭକୁ କରି ଭୂଷଣ ଥକିଯାଏ ନାହିଁ

ତ୍ୟାଗ ଅବା ସହିଷ୍ଣୁତା ହୃଦୟରେ ବହି ।

ବାପା,ଭାଇ,ପୁତ୍ର ରୂପେ କର୍ତ୍ତବ୍ୟ ଆଦରି

ପଥଚାରୀ ସଂସାରରେ ପୌରୁଷକୁ ସ୍ମରି ।



Rate this content
Log in