ସଂସାର ବନ୍ଧନ
ସଂସାର ବନ୍ଧନ
1 min
228
ଜନମରୁ ମୃତ୍ୟୁ ମଣିଷ ଜୀବନ
ସଂସାର ବନ୍ଧନ ମାୟାରେ ବନ୍ଧା
ମୋହଗ୍ରସ୍ତ ନର ମୁକୁଳି ପାରେନା
ଶକତ ଶିକୁଳି ପାଦରେ ଛନ୍ଦା ।
ପିଣ୍ଡେ ସୂକ୍ଷ୍ମ ପ୍ରାଣ ଗୁମୁରି ହୁଅଇ
ମନ ହୃଦୟକୁ ପାରେନା ରୋକି
ସ୍ଥୂଳ ଶରୀରଟା ଆବେଗ ଆବୋରି
କେବେ ଦୁଃଖୀ କେବେ ହୁଅଇ ସୁଖୀ ।
ମୋର ମୋର କହି ଜୀବନଟା ବ୍ୟସ୍ତ
କର୍ମେ ଧର୍ମେ ତା'ର ବିତଇ ଦିନ
ଅଜାଣତେ ବିଷ ଭରିଯାଏ କେବେ
ସୁଖଶାନ୍ତି ଯେତେ ହୁଅଇ ଶୂନ୍ୟ ।
ସମ୍ପର୍କ ଚାପରେ ଶିଥିଳ ଜୀବନ
ଧନ ସମ୍ପଦର ପଛରେ ବାଇ
ସ୍ୱାର୍ଥ ଲୋଭ ଈର୍ଷା ଦେଖାଅନ୍ତି ଠାଣି
ଘାଣ୍ଟି ହୁଏ ନର ବନ୍ଦୀ ଯେ ହୋଇ ।
ମିଛ ଏ ବନ୍ଧନ ବୁଝେନା ଜୀବନ
ପାର୍ଥିବ ସଂସାରେ ମୃତ୍ୟୁ ହିଁ ସତ୍ୟ
ମଶାଣି ଭୂଇଁରେ ଦେହ ଜଳିଗଲେ
ବନ୍ଧନୁ ଜୀବନ ହୁଅଇ ମୁକ୍ତ ।