STORYMIRROR

Jayashree Maharana

Abstract Action Inspirational

4  

Jayashree Maharana

Abstract Action Inspirational

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

1 min
406


ନାରୀ ସେ ଦେବୀ ଅନନ୍ୟା  ଈଶ୍ୱରଙ୍କ ସୃଷ୍ଟିରେ

ଜାୟା,ଭଗ୍ନୀ,ଜନନୀ ସେ   ଭିନ୍ନ ଭିନ୍ନ ରୂପରେ ।

ପରିବାର ଗୃହଲକ୍ଷ୍ମୀ     ପୌରାଣିକ ସ୍ଵୀକୃତି

ନାରୀ ବିନା ଗୃହଶୁନ୍ୟ    ନଥାଏ ତା' ସ୍ଥିତି ।।


ପରକୁ ଆପଣା କରେ  ନାରୀ ସ୍ନେହଶ୍ରଦ୍ଧାରେ

ତ୍ୟାଗ,ଦୟା,କ୍ଷମା ଗୁଣ ଠୁଳ କରି ହୃଦରେ ।

ସେବା ଯତନରେ ପାଳେ ମମତାର ମୁରତ୍ତୀ

ସଂସାର ଭରକୁ ବୋହେ ଅକଳନ ଶକତି ।।


ଘର ହୁଏ ସ୍ୱର୍ଗପୁର   ତା'ର ସମର୍ପଣରେ

ସମ୍ପର୍କର ସେତୁ ସିଏ  ସଦସ୍ୟଙ୍କ ମଧ୍ୟରେ ।

ଧୈର୍ଯ୍ୟ ସାହାସରେ ପଥ  ଚାଲୁଥାଏ ନିଇତି

ବୁଣିପାରେ ଅସୀମିତ   ସୁଖଶାନ୍ତି ପୀରତି ।।


ବୁଝିପାରେ ପେଟ ଭୋକ ତୃଷ୍ଣା କଷ୍ଟ ଓଠରେ

ଗୃହଲକ୍ଷ୍ମୀ ତୋ' ଚରଣେ ମଥାନତ ଭକ୍ତିରେ ।।



Rate this content
Log in

Similar oriya poem from Abstract