Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Inspirational

3  

Jayashree Maharana

Inspirational

ପତିପତ୍ନୀ

ପତିପତ୍ନୀ

1 min
224


ବିଧିର ନିର୍ଦ୍ଦେଶେ ପବିତ୍ର ବନ୍ଧନ

ଦୁଇ ହୃଦୟର ମଧୁ ମିଳନ

ଅଜଣାରୁ ଜଣା ଅଚିହ୍ନାରୁ ଚିହ୍ନା

ପତିପତ୍ନୀ ରୂପେ ବିତେ ଜୀବନ ।


ସମ୍ପର୍କର ସାକ୍ଷୀ ବେଦୀ ହୋମନିଆଁ

ସାତ ଦୀପ ପୁଣି ବେଦ ମନ୍ତର

ସାତ ବଚନରେ ବିଶ୍ୱାସର ସେତୁ

ପତ୍ନୀ ହାତେ ଶୋଭା ଶଙ୍ଖା ସିନ୍ଦୂର ।


ସୁଖ ଦୁଃଖ ସବୁ ମିଶି ଭୋଗିଥାନ୍ତି

ସଂସାର ରଥଟି ଗଡ଼ିବା ପାଇଁ

ପରସ୍ପର ପ୍ରେମ ଅତୁଟ ରଖିଲେ

ଯାତ୍ରାପଥେ କଷ୍ଟ ଯାଏ ଦୂରେଇ ।


ମାନ,ଅଭିମାନ ଆସେ ଯାଏ କେତେ

ବୁଝାମଣା ଥିଲେ ସମ୍ପର୍କ ଶକ୍ତ

ଦୁହେଁ ଦୁହିଁଙ୍କର ପ୍ରେରଣା ସାଜିଲେ

ଜୀବନ ହୁଅଇ ଯନ୍ତ୍ରଣା ମୁକ୍ତ ।


ସମ୍ପର୍କର ମାନ ଦୁହିଁଙ୍କ କର୍ତ୍ତବ୍ୟ

ବିଶ୍ୱାସ ଭରସା ପ୍ରୀତି ବଳରେ

ପାଦେ ପାଦ ଦେଇ ଚାଲୁଥିଲେ ବାଟ

ମିଠା ଅନୁଭବ ପ୍ରାପ୍ତ ସଂସାରେ ।



Rate this content
Log in