STORYMIRROR

Sushantkumar Pradhan

Inspirational

4  

Sushantkumar Pradhan

Inspirational

ଉତ୍କଳିନୀ

ଉତ୍କଳିନୀ

1 min
27.9K



ଜଗତବନ୍ଦିନୀ ବିଶ୍ୱବିନୋଦିନୀ

ମାଆ ମୋର ଉତ୍କଳିନୀ

ବୀରପ୍ରସବିନୀ ପତିତପାବନୀ

ବିଶ୍ୱଶୋଭା ଶିରୋମଣୀ ।।

ପ୍ରକୃତିର ସୃଷ୍ଟି ଅଟଇ ବିଚିତ୍ର

ନୈସର୍ଗିକ ତା'ର ଦାନ

ଗାଥା ଓ ଗାରିମା ସଂସାରେ ବିଦିତ

ଉତ୍କଳ ନାମେ ମହାନ ।।

ଓଡିଆ ଭାଷାର ଅଟେ ପୂଣ୍ୟ ଭୂମି

ବିଚିତ୍ର ତାହାର ସଂସ୍କୃତି

କୁଳଭୂଆଷୁଣୀ ସଂଜସକାଳରେ

ଭକ୍ତିରେ ପୂଜେ ବୃନ୍ଦାବତୀ ।।

ଚାରିଧାମେ ଶ୍ରେଷ୍ଠ ପୁରୀ ଶ୍ରୀ ମନ୍ଦିର

ବଙ୍ଗୋପସାଗର କୂଳେ

ଧର୍ମପଦ କଥା କହେ କୋଣାରକ

କାରିଗରୀ କଉଶଳେ ।।

କାଳିଜାଇ ଶୋଭା ଚିଲିକାର ଆଭା

ନଦୀବଂଧ ହିରାକୁଦେ

ଇତିହାସ କଥା କହେ ବାରବାଟୀ

ଝୁଲାପୋଲ ଆଠଗଡେ ।।


ରାଜଧାନୀ ଆମ ମନ୍ଦିରମାଳିନୀ

ଭାସ୍କର୍ଯ୍ୟ ସ୍ଥାପତ୍ୟ ଖଣି

ଚତୁଃପାର୍ଶେ ଶୁଭେ ବୀର ଓଡିଆଋ

ବୀରତ୍ୱର ପ୍ରତିଧ୍ୱନି ।।

ଅନୁପମ ସୁଧା ପୂଣ୍ୟର ବସୁଧା

ଏଇ ଆମ ପୂଣ୍ୟ ମାଟି

ସମର କାଳେ ବି ସଂଜମତା ବଳେ

ଐକ୍ୟ ଭାବ ଦିଏ ଭେଟି ।।

ଅମୃତର ବାରି ଦିଏ ମହାନଦୀ

ବ୍ରାହ୍ମଣୀ ଓ ବୈତରଣୀ

ଚନ୍ଦ୍ରଭାଗା ଜ୍ୟୋସ୍ନା ଦେବାକୁ ଉପମା

କହାପାଖେ ନାହିଁ ବାଣୀ ।।

କେତେ କଳାକାର କବି କର୍ମ ବୀର

ଜନମିଛନ୍ତି ଏ ଭୂମେ

ବିଜ୍ଞାନୀ ପଠାଣି ଉତ୍କଳର ମଣି

ପୂଜ୍ୟ ଅଟେ ଧରାଧାମେ ।।

ଉପଇନ୍ଦ୍ର ଭଂଜ ଭୀମ କବିସୂର୍ଯ୍ୟ

ବଳରାମ ଜଗନ୍ନାଥ

ଦୀନକୃଷ୍ଣ ଦାସ ସାରଳା ଫକୀର

ଗଂଗାଧର ରାଧାନାଥ ।।


ମାତୃଭୂମି ମାତୃଭାଷାର ସମ୍ମାନ

ପାଇଁ ତାଙ୍କ ବଳିଦାନ

ସିଂଚି ପଂଚାମୃତ ଦେଇ ଜୀବନ୍ୟାସ

ଭାଷାକୁ କଲେ ମହାନ ।।

କେତେ ଯୋଗଜନ୍ମା ସାଧୁ ଓ ମହାତ୍ମା

ଦେଇ ଜ୍ଞାନାମୃତ ବାରି

ବିଶ୍ୱ ଭୂମଣ୍ଡଳେ ରଖିଛନ୍ତି ଟେକି

ଉତ୍କଳର ଯଶଶିରୀ ।।



ସୁଶାନ୍ତ ପ୍ରଧାନ

ବଂଧହୁଡା

ନରସିଂହପୁର କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational