STORYMIRROR

Sushantkumar Pradhan

Inspirational

3  

Sushantkumar Pradhan

Inspirational

ସୁନ୍ଦର ମୋ ଭାରତ ଭୂଇଁ

ସୁନ୍ଦର ମୋ ଭାରତ ଭୂଇଁ

1 min
158


ଶାନ୍ତି ମୈତ୍ରୀ ବାର୍ତ୍ତା ନେଇ 

ଉଡେ ଫରଫର ହୋଇ

ଚିରକାଳ ଅମଳିନ

ସୁନାର ଭାରତ ଭୁଇଁ ।।

    କରିଅଛୁ ଆମେ ପଣ

    ଦେଶହିତେ ଦେବୁ ପ୍ରାଣ

    ଆମେ ସବୁ ଭାରତୀୟ

    ଭାଂଗିବୁ ଶତୃର ଟାଣ ।।

ସ୍ୱ।ଧୀନ ଚିନ୍ତା ଚେତନା

ସ୍ୱ।ଭିମାନ ସଦ୍ଭାବନା

ସଂହତି ସୂତ୍ରରେ ବନ୍ଧା

ଧନ୍ୟ ଆମ ମହାନତା ।।

     ସତ୍ୟ ଓ ଅହିଁସା ନୀତି

     ଅଛି ଭାତୃଭାବ ପ୍ରୀତି

     ବୈଷମ୍ୟର ନାହିଁ ସ୍ଥିତି

     ସଚ୍ଚା ଆମ ଦେଶ ଭକ୍ତି ।।

ନାହିଁ ଆମ ଡର ଭୟ

ଏଇ ଆମ ପରିଚୟ

ଶପଥ ନେଉଛୁ ଆଜି

କରିବୁ ସୁନ୍ଦର ମୟ ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational