STORYMIRROR

Sushantkumar Pradhan

Abstract

3  

Sushantkumar Pradhan

Abstract

ରହିଯା ବରଷା ଯାଅନା ଫେରି

ରହିଯା ବରଷା ଯାଅନା ଫେରି

1 min
414

ବାରିଦ ବଦନା କର ଗୋ କରୁଣା 

ନିଅ ନାହିଁ ଏବେ ବିଦାୟ 

ତୁମରି ବିଛେଦେ କାନ୍ଦୁଛି ଧରଣୀ 

ହୁଅ ଆଉ ଥରେ ସହାୟ


ନ ହୁଅ ନିର୍ଦୟ ଦିଅ ଗୋ ଅଭୟ

ଆଉ କିଛି କ୍ଷଣ ଅଟକି 

ମନରେ ନିରାଶା ଯିବ କି ସହସା 

ଗୁମୁରି କାନ୍ଦୁଛି ଲୁଚିକି


ଦେହେ ରଂଗ ମାଖି ପାଟବସ୍ତ୍ର ପିନ୍ଧି 

ହୋଇଅଛି କେତେ ସଜେଇ

ଆଶା ଅଛି ମନେ ଆଉ କିଛି ଦିନେ 

ନାଚିବ ବୋଲି ଥେଇ ଥେଇ


ବିଶ୍ୱ।ସ ଭରସା ଅଛି ତୁମ ଠାରେ

ଦିଅ ଟିକିଏ ଆଶ୍ୱ।ସନା

ଆଜି ନ ହେଲେ ବି କାଲିକି ଆସିବ 

କରିବ ନାହିଁ କେବେ ମନା


ନାଲି ଟୁକୁ ଟୁକୁ ସାଧବବୋହୁର

ସିନ୍ଦୁର ଦିଅନା ପୋଛି

ଅଧା ବାଟେ ରହି ଗୁମୁରି କାନ୍ଦୁଛି

କେତେ କଥା ମନେ ବାଂଛି


ବେଗୁଂଲୀ ନାନୀର ପାଟି ଶୁଭୁନାହିଁ

ଯାଇଛି କୁଆଢେ ଛପି

ବିଲ ବନ ମାଳ ଧୁସର ଦିଶୁଛି 

ହଳଦୀ ଦେଲ କି ଲିପି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract